ସଲମାନଙ୍କୁ ମିଳିଲା ଆଉ ଏକ ଆଶ୍ୱସ୍ତି: ବିଦେଶ ଯାତ୍ରା ଆବେଦନକୁ ଅନୁମତି ଦେଲେ ଯୋଧପୁର କୋର୍ଟ

Advertisment
ସଲମାନଙ୍କୁ ମିଳିଲା ଆଉ ଏକ ଆଶ୍ୱସ୍ତି: ବିଦେଶ ଯାତ୍ରା ଆବେଦନକୁ ଅନୁମତି ଦେଲେ ଯୋଧପୁର କୋର୍ଟ

ମୁମ୍ବାଇ : କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଏପ୍ରିଲ ୫ ତାରିଖରେ ଲୋକପ୍ରିୟ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଯୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲଦଣ୍ଡର ଶୁଣାଣି କରିଥିଲେ। ଦୁଇଦିନ ଯୋଧପୁର ଜେଲରେ ରହିବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ସେ କୋର୍ଟର ବିନା ଅନୁମତିରେ ଦେଶ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଥିଲା।

publive-imageମଙ୍ଗଳବାର ସଲମାନ୍‌ଙ୍କୁ ତାଙ୍କର ଆଗାମୀ ସିନେମାର ସୁଟିଂ ପାଇଁ ଆମେରିକା, କାନ୍ନାଡା ଓ ନେପାଳ ପାଇଁ ଯିବାକୁ ପଡ଼ିବ ବୋଲି ତାଙ୍କ ଓକିଲ  ଯୋଧପୁର ଜିଲ୍ଲା ଏବଂ ସେସନ୍‌ସ ଅଦାଲତରେ ଆବେଦନ କରି ଅନୁମତି ମାଗିଥିଲେ। ମଙ୍ଗଳବାର କୋର୍ଟ ସଲମାନଙ୍କ ବିଦେଶଯାତ୍ରାର ଆବେଦନକୁ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୮ମସିହାରେ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ସମୟରେ ସଲମାନ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିଲେ। ୨୦ବର୍ଷ ପୁରୁଣା ଏହି ମାମଲାର ଶୁଣାଣି କରି ଯୋଧପୁର କୋର୍ଟ ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe