ପଡ଼ୋଶୀ ବିରୋଧରେ ସଲମାନ ଖାନ୍‌ଙ୍କ ମାନହାନି ମାମଲା: ସମୟ ଅଭାବରୁ ରାୟ ଦେଇପାରିଲେନି ହାଇକୋର୍ଟ ବିଚାରପତି

Advertisment
ପଡ଼ୋଶୀ ବିରୋଧରେ ସଲମାନ ଖାନ୍‌ଙ୍କ ମାନହାନି ମାମଲା: ସମୟ ଅଭାବରୁ ରାୟ ଦେଇପାରିଲେନି ହାଇକୋର୍ଟ ବିଚାରପତି

NDTV.com

ମୁମ୍ବାଇ : ବମ୍ବେ ହାଇକୋର୍ଟର ଜଣେ ବିଚାରପତି ଗୁରୁବାର କହିଲେ ଯେ ପଡ଼ୋଶୀଙ୍କ ବିରୋଧରେ ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କ ଆବେଦନ ଉପରେ ସମୟ ଅଭାବରୁ ରାୟ ଦେବା ତାଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ। ତେଣୁ ଖାନ୍‌ଙ୍କ ଆବେଦନ ଉପରେ ଆଉ ଜଣେ ବିଚାରପତି କରବେ ସାନି ଶୁଣାଣି।

ଜଷ୍ଟିସ୍ ସିଭି ଭଡ଼ଙ୍ଗ ଖାନ୍‌ଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଉକ୍ତ ରାୟ ଘୋଷଣା କରିବା ପୂର୍ବରୁ ଶୁକ୍ରବାର ସେ ଅବସର ନେଉଛନ୍ତି। ତେଣୁ ଦୀପାବଳି ଛୁଟି ପରେ ଉକ୍ତ ମାମଲାର ଶୁଣାଣି ଆଉ ଜଣେ ବିଚାରପତି କରିବେ। ଜ‌ଷ୍ଟିସ୍ ଭଡ଼ଙ୍ଗ ତଳ କୋର୍ଟର ମାର୍ଚ୍ଚ ୨୦୨୨ର ରାୟ ବିରୋଧରେ ସଲମାନ ଖାନ୍‌ଙ୍କ ଆବେଦନ ଉପରେ ଗତ ଅଗଷ୍ଟ ମାସରେ ଶୁଣାଣି କରିଥିଲେ। ପାନଭେଲଠାରେ ଖାନ୍‌ଙ୍କ ଫାର୍ମହାଉସ୍ ନିକଟରେ ଘର କରି ରହୁଥିବା କେତନ କକ୍କଡ଼ ତାଙ୍କ ବିରୋଧରେ ମାନହାନିମୂଳକ ଭିଡ଼ିଓ ପୋଷ୍ଟ କରୁଥିବାରୁ ତାଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ଖାନ୍ ତଳକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ତଳକୋର୍ଟ କକ୍କଡ଼ଙ୍କୁ ଭିଡ଼ିଓ ପୋଷ୍ଟରୁ ନିବୃତ୍ତ କରିବେ ନାହିଁ କିମ୍ବା ପୁରୁଣା ୟୁଟ୍ୟୁବ୍ ଭିଡ଼ିଓଗୁଡ଼ିକୁ ଡିଲିଟ୍ କରିବାକୁ କହିବେ ନାହିଁ ବୋଲି କହିବାରୁ ଖାନ୍ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ।

ଜଷ୍ଟିସ୍ ଭଡ଼ଙ୍ଗ ଅକ୍ଟୋବର ୧୧ରେ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। କିନ୍ତୁ ତା’ପରେ ପଡ଼ିଗଲା ଦୀପାବଳି ଓ କାଳୀପୂଜା ଛୁଟି। ତେଣୁ ଜଷ୍ଟିସ୍ ଭଡ଼ଙ୍ଗ ଆଉ ରାୟ ଲେଖା ଶେଷ କରି ଏହାକୁ ପ୍ରକାଶ କରିପାରିଲେ ନାହିଁ। ଜଷ୍ଟିସ୍ ଭଡ଼ଙ୍ଗ କହିଛନ୍ତି, ଛୁଟି, ପ୍ରଶାସନିକ କାର୍ଯ୍ୟ ଓ ଅନ୍ୟ କାର୍ଯ୍ୟ ହେତୁ ସେ ରାୟ ଲେଖା ଶେ‌ଷ କରିପାରିଲେ ନାହିଁ। ଶୁକ୍ରବାର ସେ ଅବସର ନେବାକୁ ଯାଉଥିବାରୁ ଅନ୍ୟ ଜଣେ ବିଚାରପତିଙ୍କୁ ସାନି ଶୁଣାଣି କରି ରାୟ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe