ସଲମାନ ଖାନ୍‌, ପଞ୍ଜାବୀ ଗାୟକ ମିକା ସିଂହଙ୍କ ସୁରକ୍ଷା ବଢ଼ିଲା

ସଲମାନ ଖାନ୍‌, ପଞ୍ଜାବୀ ଗାୟକ ମିକା ସିଂହଙ୍କ ସୁରକ୍ଷା ବଢ଼ିଲା

The News International

ଯୋଧପୁର: ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବଂ ପଞ୍ଜାବୀ ଗାୟକ ମିକା ସିଂହଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ମୁସେୱାଲାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଲରେନ୍ସ ବିଷ୍ଣୋଇ ପୂର୍ବରୁ ସଲମାନ ଏବଂ ମିକାଙ୍କୁ ମଧ୍ୟ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା। କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କ ସଂପୃକ୍ତି ଯୋଗୁଁ ଲରେନ୍ସ ତାଙ୍କୁ ପୂର୍ବରୁ ଧମକ ଦେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ମିକା ଏବେ ଯୋଧପୁରରେ ଏକ ରିୟଲିଟି ଟିଭି ସୋ’ର ସୁଟିଂ କରୁଛନ୍ତି। ମିକା ସିଂହ କହିଛନ୍ତି ଯେ ସିଦ୍ଧୁ ମୁସେୱାଲାଙ୍କୁ ଗ୍ୟାଙ୍ଗଷ୍ଟରଠାରୁ ଅନେକ ଧମକ ମିଳିଥିଲା ଏବଂ ତାଙ୍କୁ ମଧ୍ୟ କିଛି ଲୋକ ଧମକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe