ପୁଣି ସଲ୍‌ମାନଙ୍କ ବାପା ସଲିମ୍‌ ଖାନ୍‌ଙ୍କୁ ମିଳିଲା ଧମକ

Advertisment

ବଲିଉଡ ଅଭିନେତା ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ଗୁରୁବାର ଏକ ନୂଆ ଧମକ ମଳିଛି। ସେ ପ୍ରାତଃ ଭ୍ରମଣ‌ରେ ଯାଉଥିବା ବେଳେ ତାଙ୍କୁ ଧମକ ମିଳିଥିବା ସୂଚନା ରହିଛି।  ଲରେନ୍ସ ବିଷ୍ନୋଇଙ୍କ ନାମ ଧରି ବୁର୍ଖା ପିନ୍ଧା ଜଣେ ମହିଳା ଦେଇଛନ୍ତି ଧମକ।

ବଲିଉଡ ଅଭିନେତା ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ଗୁରୁବାର ଏକ ନୂଆ ଧମକ ମଳିଛି। ସେ ପ୍ରାତଃ ଭ୍ରମଣ‌ରେ ଯାଉଥିବା ବେଳେ ତାଙ୍କୁ ଧମକ ମିଳିଥିବା ସୂଚନା ରହିଛି।  ଲରେନ୍ସ ବିଷ୍ନୋଇଙ୍କ ନାମ ଧରି ବୁର୍ଖା ପିନ୍ଧା ଜଣେ ମହିଳା ଦେଇଛନ୍ତି ଧମକ।

Saleem

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ଗୁରୁବାର ଏକ ନୂଆ ଧମକ ମଳିଛି। ସେ ପ୍ରାତଃ ଭ୍ରମଣ‌ରେ ଯାଉଥିବା ବେଳେ ତାଙ୍କୁ ଧମକ ମିଳିଥିବା ସୂଚନା ରହିଛି। 

ସୂଚନାନୁସାରେ, ଯେତେବେଳେ ସଲିମ ଖାନ ସଲମାନ ଖାନଙ୍କ ସହ ସକାଳୁ ବୁଲିବାକୁ ଯାଉଥିଲେ, ସ୍କୁଟରରେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ତାଙ୍କ ନିକଟକୁ ଆସି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାମ ଧରି ଧମକ ଦେଇଥିଲେ। ସଲିମ୍‌ ଏକ ବେଞ୍ଚ୍‌ରେ ବସିଥିବା ବେଳେ ମହିଳା ଜଣକ ତାଙ୍କ ନିକଟକୁ ଆସି କହିଥିଲେ କି ‘‘ମୁଁ ଲରେନ୍ସକୁ ପଠାଇବି କି?’’ ଧମକ ପରେ ସଲିମ୍‌ ମୁମ୍ବାଇ ପୁଲିସ୍‌କୁ ଏନେଇ ସୂଚନା ଦେଇଛନ୍ତି। ଏହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। 

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବି ସଲିମ୍‌ ଖାନ୍‌ ସକାଳୁ ଏକ ପାର୍କରେ ବସିଥିବା ବେଳେ ତାଙ୍କୁ ଧମକ ମଳିଥିଲା। ତାହାପରେ ସେ ପୁଲିସ୍‌ର ସହାୟତା ନେଇଛନ୍ତି। ପୁଲିସ୍‌ ପକ୍ଷରୁ ସଲ୍‌ମାନ ଓ ସଲିମ୍‌ଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe