ସଲ୍‌ମାନ ଖାନ୍‌ଙ୍କ ସୁରକ୍ଷା କଡ଼ାକଡ଼ି, ଲରେନ୍ସ ବିଷ୍ଣୋଇକୁ ପୁଲିସର ପଚରାଉଚରା

Advertisment

ସଲମାନଙ୍କ ବୟାନ ରେକର୍ଡ

ସଲମାନଙ୍କ ବୟାନ ରେକର୍ଡ

‘ଯିଏ ଭାଇ ଓ ଯାହାଙ୍କୁ ମୁଁ ଭଉଣୀ କରେ ସେମାନଙ୍କ ପାଇଁ ମୁଁ ‘ଭାଇଜାନ୍‌’: ବହୁତ ଲୋକଙ୍କ ଜାନ୍‌ ବି ମୁଁ’

Bollywood Hungama

ମୁମ୍ବାଇ : ଗତକାଲି ଅଭିନେତା ସଲମାନ୍‌ ଖାନ୍‌ ଏବଂ ତାଙ୍କ ପିତା ସଲିମ୍‌ ଖାନ୍‌ଙ୍କୁ ଧମକ ମିଳିବା ପରେ ମହାରାଷ୍ଟ୍ର ଗୃହ ବିଭାଗ ସଲ୍‌ମାନଙ୍କ ସୁରକ୍ଷା କଡ଼ାକଡ଼ି କରିଦେଇଛି। ଏକ ପୁଲିସ ଟିମ୍‌ ତାଙ୍କ ଘରକୁ ଆଜି ଯିବା ସହିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି। ବାନ୍ଦ୍ରା(ୱେଷ୍ଟ)ସ୍ଥିତ ବ୍ୟାଣ୍ଡଷ୍ଟାଣ୍ଡରେ ଥିବା ସଲମାନଙ୍କ ଆପାର୍ଟମେଣ୍ଟ ବାହାରେ ପୁଲିସ ପାର୍ଟୋଲିଂକୁ ବଢ଼ାଇ ଦିଆଯାଇଛି। ବାନ୍ଦ୍ରା ପୁଲିସ ବ୍ୟତୀତ ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ ଚଳାଇଛି। ମୁମ୍ବାଇ ପୁଲିସ ଆଜି ସଲମାନ, ସଲିମ ଖାନଙ୍କ ସମେତ ୫ ଜଣଙ୍କର ବୟାନ ରେକର୍ଡ କରିଛି।

ପ୍ରତିଦିନ ମର୍ଣ୍ଣିଂୱାକ୍‌ ସାରି ସଲିମ୍‌ ଯେଉଁ ବେଞ୍ଚରେ ବସନ୍ତି, ଗତକାଲି ତାଙ୍କୁ ସେଠାରେ ଏକ ଚିଠି ମିଳିଥିଲା। ଏଥିରେ ସେମାନଙ୍କୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଵାଲାଙ୍କ ଅବସ୍ଥା ଭୋଗିବାକୁ ହେବ ବୋଲି ଧମକ ଦିଆଯାଇଥିଲା। ଏନେଇ ବାନ୍ଦ୍ରା ପୁଲିସ ଥାନାରେ ଏକ ମାମଲା ରୁଜୁ କରାଯାଇ ସିସିଟିଭି ଆଦି ଯାଞ୍ଚ କରାଯାଉଛି। ଚିଠିରେ ସଂକ୍ଷେପରେ ଜି ବି ଏଲ୍‌ ବି ଲେଖାଯାଇଛି ‌ତାହାର ଅର୍ଥ କାନାଡ଼ାଭିତ୍ତିକ ଅପରାଧୀ ଗୋଲ୍‌ଡି ବ୍ରାର ଏବଂ ଜେଲ୍‌ରେ ଥିବା ଅପରାଧୀ ଲରେନ୍ସ ବିଷ୍ଣୋଇ ବୋଲି ପୁଲିସ କହିଛି।
ତେବେ ଏହି ମାମଲାରେ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌ ଆଜି ଲରେନ୍ସ ବିଷ୍ଣୋଇକୁ ପଚରାଉଚରା କରିଛି। ‌ଲରେନ୍ସ ସେହି ଧମକ ଦେଇଛି କିମ୍ବା ତା ତରଫରୁ କିଏ ଦେଇଛି କିମ୍ବା ତାହା ଏକ ମଜା ବୋଲି ପଚରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୧୨ ବର୍ଷ ହେଲା ସଲମାନ ବିଷ୍ଣୋଇର ଟା‌ର୍ଗେଟରେ ରହିଛି। ବି‌ଷ୍ଣୋଇ ‌ସଂପ୍ରଦାୟର ଲୋକେ କୃଷ୍ଣସାର ମୃଗକୁ ପୂଜା କରନ୍ତି। ତେଣୁ ସଲମାନ୍‌ ଖାନ୍‌ କୃଷ୍ଣସାର ମୃଗ ହତ୍ୟା କରିବା ପରେ ବିଷ୍ଣୋଇ ଟାର୍ଗେଟକୁ ସେ ଚାଲି ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe