Image Courtesy of NDTV
ନ୍ୟୁୟର୍କ: ଆକ୍ରମଣ ସତ୍ତ୍ବେ ଲେଖକ ବଞ୍ଚିଯାଇଥିବା ଶୁଣି ଆଚମ୍ବିତ ହୋଇଯାଇଛନ୍ତି ବୋଲି ସଲ୍ମାନ୍ ରୁଶ୍ଦୀଙ୍କୁ ଛୁରୀ ମାରିଥିବା ହାଦୀ ମତାର ବୁଧବାର ଦିନ ‘ଦି ନ୍ୟୁୟର୍କ ପୋଷ୍ଟ୍’ରେ ପ୍ରକାଶିତ ସାକ୍ଷାତ୍କାରରେ କହିଛନ୍ତି।
କାରାଗାରରେ ଥିବା ସଲ୍ମାନ୍ ରୁଶ୍ଦୀଙ୍କ ସନ୍ଦିଗ୍ଧ ଆକ୍ରମଣକାରୀ ୨୪ ବର୍ଷିୟ ହାଦୀ ମତାର ‘ଦି ନ୍ୟୁୟର୍କ ପୋଷ୍ଟ୍’କୁ ଭିଡିଓ ସାକ୍ଷାତ୍କାର ବେଳେ କହିଛନ୍ତି, ସଲ୍ମାନ୍ ବଞ୍ଚିଥିବା କଥା ଶୁଣି ମୁଁ ଆଚମ୍ବିତ ହୋଇଗଲି।
୧୯୮୯ରେ ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ରୁଖୋଲ୍ଲା ଖୋମିନି ଜାରି କରିଥିବା ଫତ୍ୱାଦ୍ବାରା ସେ ପ୍ରେରିତ କି, ନୁହେଁ, ଅଭିଯୁକ୍ତ ସନ୍ଦିଗ୍ଧ ଆତତାୟୀ ହାଦୀ କହିନାହାନ୍ତି। ‘ଦି ସାଟାନିକ୍ ଭର୍ସେସ୍’ (ସୟତାନୀୟ ସ୍ତୁତି) ପୁସ୍ତକଟି ଧର୍ମ ପ୍ରତି ଅସମ୍ମାନ ବୋଲି ବିଚାରି ଏହାର ରଚୟିତା ସଲ୍ମାନ୍ଙ୍କୁ ହତ୍ୟା କରିବା ଲାଗି ସେ ମୁସଲ୍ମାନମାନଙ୍କୁ ଆଦେଶ ଦେଇଥିଲେ।
Image Courtesy of India Today‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ ଅନୁସାରେ, ଫତ୍ୱା ସଂକ୍ରାନ୍ତରେ କିଛି ନ କହିବାକୁ ଓକିଲମାନେ ମାତରଙ୍କୁ ପରାମର୍ଶ ଦେଇଛନ୍ତି। ତଥାପି ସେ କହିଛନ୍ତି, ଆୟାତୋଲ୍ଲାଙ୍କୁ ମୁଁ ମର୍ଯ୍ୟାଦା ଦିଏ। ସେ ଜଣେ ମହାପୁରୁଷ ବୋଲି ମୋର ମନେହୁଏ। ତାଙ୍କ ବିଷୟରେ ମୁଁ ଏତିକି ମାତ୍ର କହିପାରିବି।
ଗଣମାଧ୍ୟମକୁ ମତାର୍ କହିଛନ୍ତି ଯେ, ସେ ରୁଶ୍ଦୀଙ୍କ ଉପନ୍ୟାସରୁ ପୃଷ୍ଠାଏ ଦୁଇପୃଷ୍ଠା ପଢ଼ିଛନ୍ତି। ସେ ଲୋକ ମତେ ଭଲ ଲାଗନ୍ତି ନାହିଁ। ସେ ଜଣେ ଭଲ ଲୋକ ବୋଲି ମୋର ମନେହୁଏ ନାହିଁ। ସେ ଇସ୍ଲାମ୍କୁ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିବିଶେଷ। ସେ ସେମାନଙ୍କର ଧର୍ମ ବିଶ୍ବାସ ଓ ଧର୍ମ ବିଶ୍ବାସଧାରା ଉପରେ ଆକ୍ରମଣ କରିଛନ୍ତି।
ଇରାନ୍ର ‘ରିଭୋଲ୍ୟୁସ୍ନେରି ଗାର୍ଡ’ମାନଙ୍କ ସହିତ ତାଙ୍କର ଯୋଗାଯୋଗ ନାହିଁ। ‘ଚୌତୌକ୍ବା ପ୍ରତିଷ୍ଠାନ ଲିଟେରାରି ସିରିଜ୍’ରେ ରୁଶ୍ଦୀ ବକ୍ତବ୍ୟ ଦେବେ ବୋଲି ଚଳିତ ବର୍ଷ ପ୍ରାରମ୍ଭରେ କେତେକ ଟୁଇଟ୍ରୁ ଜାଣିଥିଲି। ତେଣୁ, ଲିଫ୍ଟ୍ ନେଇ ଚୌତୌକ୍ବାରେ ଆସିବାର ଦିନକ ପୂର୍ବରୁ ମୁଁ ବସ୍ ଯୋଗେ ବଫାଲୋକୁ ଆସିଥିଲି।
Follow Us