NBC News
ନ୍ୟୁୟର୍କ : ଦ ସାଟାନିକ୍ ଭର୍ସେସ୍ର ଲେଖକ ସଲମାନ ରୁସ୍ଦିଙ୍କ ଉପରେ ଗତ ଅଗଷ୍ଟମାସରେ ନ୍ୟୁୟର୍କରେ ମରଣାତ୍ମକ ଆକ୍ରମଣ ହୋଇଥିଲା। ଏଥିରେ ଲେଖକ ଗୋଟିଏ ଆଖି ହରାଇଥିବା ବେଳେ ତାଙ୍କର ଗୋଟିଏ ହାତ ବି ଚଳୁନି ବୋଲି ତାଙ୍କର ଏଜେଣ୍ଟ ପ୍ରକାଶ କରିଛନ୍ତି।
୧୯୮୦ ଦଶକରେ ତାଙ୍କର ଉପନ୍ୟାସ ଦ ସାଟାନିକ୍ ଭର୍ସେସ୍ ପ୍ରକାଶ ପାଇବା ପରେ ୭୫ ବର୍ଷୀୟ ରୁସ୍ଦିଙ୍କୁ ଇରାନରୁ ହତ୍ୟା ଧମକ ମିଳିଥିଲା। ଗତ ୧୨ ଅଗଷ୍ଟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ଠିଆହେବା ବେଳେ ହଦି ମାତାର ନାମକ ଜଣେ ୨୪ ବର୍ଷୀୟ ଉଦ୍ଭ୍ରାନ୍ତ ତାଙ୍କର ବେକ ଆଦି ସ୍ଥାନରେ ଅନେକ ବାର ଛୁରିକାଘାତ କରିଥିଲା। ଆଜିଯାଏ ଏହି ଆକ୍ରମଣରେ ସେ କେତେ ପରିମାଣରେ ଆହତ ହୋଇଥିଲେ ତାହା ସ୍ପଷ୍ଟ ହୋଇ ନ ଥିଲା। ତାଙ୍କର ଏଜେଣ୍ଟ ଆଣ୍ଡ୍ରୁ ୱିଲି ଏକ ସାକ୍ଷାତ୍କାରରେ ସ୍ପଷ୍ଟ କରିଛନ୍ତି ଯେ ଆକ୍ରମଣ ଅତ୍ୟନ୍ତ ମାରାତ୍ମକ ଥିଲା। ଏଥିରେ ୭୫ ବର୍ଷୀୟ ଲେଖକ ନିଜର ଗୋଟିଏ ଆଖି ହରାଇବା ସହ ତାଙ୍କର ଗୋଟିଏ ହାତ ମଧ୍ୟ ଅଚଳ ହୋଇଯାଇଛି। ତାଙ୍କର ବେକ, ଛାତି ଓ ପେଟ ଆଦିରେ ୧୫ଟି କ୍ଷତ ହୋଇଥିଲା। ତେବେ ସବୁଠାରୁ ବଡ଼କଥା ହେଉଛି, ଡାକ୍ତରମାନଙ୍କର ନିଷ୍ଠାପର ଚିକିତ୍ସା ଫଳରେ ତାଙ୍କର ଜୀବନ ବଞ୍ଚିଯାଇଛି।
Follow Us