ଅସ୍ତ୍ର ଲାଇସେନ୍ସ ପାଇଁ ସଲମାନଙ୍କ ଆବେଦନ

Advertisment
ଅସ୍ତ୍ର ଲାଇସେନ୍ସ ପାଇଁ ସଲମାନଙ୍କ ଆବେଦନ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ମିଳିବାପରେ ଏବଂ ତାଙ୍କ ଜୀବନ ପ୍ରତି ବିପଦ ଆସିବାପରେ ସେ ନିଜର ସୁରକ୍ଷା ପାଇଁ ପାଖରେ ଅସ୍ତ୍ର ରଖିବାକୁ ଚାହିଛନ୍ତି। ସଲମାନ ମୁମ୍ବାଇ ପୁଲିସରେ ଅସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ସଲମାନ ମୁମ୍ବାଇ ପୁଲିସ କମିସନର ବିବେକ ଫନସଲକରଙ୍କୁ ଭେଟି ତାଙ୍କୁ ନିକଟରେ ମିଳିଥିବା ହତ୍ୟା ଧମକ ସଂକ୍ରାନ୍ତରେ ଅବଗତ କରିଥିଲେ। ବ୍ୟକ୍ତିଗତ ସୁରକ୍ଷା ପାଇଁ ସଲମାନ ଅସ୍ତ୍ର ଲାଇସେନ୍ସ ପାଇଁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାସରେ ସଲମାନ ଓ ତାଙ୍କ ପିତାଙ୍କୁ ହତ୍ୟା ଧମକ ମିଳିଥିଲା। ସୂଚନାଯୋଗ୍ୟ, ୧୯୯୮ରେ ସଲମାନ ରାଜସ୍ଥାନର କାନକାନୀରେ ଦୁଇଟି କୃଷ୍ଣସାର ମୃଗ ଶିକାର ମାମଲାରେ ଛନ୍ଦି ହୋଇଥିଲେ।ଏହି ମାମଲା ପରଠାରୁ ତାଙ୍କ ବନ୍ଧୁକ ଲାଇସେନ୍ସ ବାତିଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe