ମୁମ୍ବାଇ: କିଛି ଦିନ ତଳେ ସଲମାନ୍ ଖାନ୍ ବିବାହ ନ କରି ସରୋଗେସି ମାଧ୍ୟମରେ ବାପା ହେବାକୁ ଯୋଜନା କରୁଥିବା କଥା କହି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ତାଙ୍କ ବିଷୟରେ ଆଉ ଏକ ରୋମାଞ୍ଚକର କଥା ସାମ୍ନାକୁ ଆସିଛି। ଦବଙ୍ଗ ଷ୍ଟାର ସଲମାନ ପ୍ରଥମେ ଅଭିନେତ୍ରୀ କିଆରା ଆଡ୍ଭାନୀଙ୍କ ମାଉସୀ ତଥା ଅଭିନେତା ଅଶୋକ କୁମାରଙ୍କ ନାତୁଣୀଙ୍କୁ ପସନ୍ଦ କରୁଥିଲେ। ସଲମାନ୍ଙ୍କ ନାମ ଏହା ପୂର୍ବରୁ ସୋମୀ ଅଲ୍ଲୀ, ସଙ୍ଗୀତା ବିଜ୍ଲାନୀ, ଐଶ୍ୱର୍ଯ୍ୟା ରାୟ ଏବଂ କ୍ୟାଟ୍ରିନା କୈଫ୍ଙ୍କ ଭଳି ଅଭିନେତ୍ରୀଙ୍କ ସହ ଯୋଡାଯାଇ ସାରିଥିବା ବେଳେ ତାଙ୍କର ପ୍ରଥମ ପ୍ରେମ ଶାହିନ୍ ଜାଫ୍ରୀ ଥିଲେ ବୋଲି ଜଣାପଡିଛି। ସଲମାନ୍ ୧୯ବର୍ଷ ବୟସରେ କଲେଜ୍ରେ ପଢ଼ୁଥିବା ବେଳେ ଘଣ୍ଟା ଘଣ୍ଟା ଧରି କଲେଜ୍ ବାହାରେ ଶାହିନ୍ଙ୍କୁ ଅପେକ୍ଷା କରୁଥିଲେ। କିଆରାଙ୍କ କହିବା ଅନୁଯାୟୀ, ଦୁହେଁ ପରସ୍ପରକୁ ଡେଟ୍ କରିସାରିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/05/Untitled-12-7.jpg)