ପାଠପଢ଼ା ପାଇଁ ରଖିଥିବା ନିଜର ସମସ୍ତ ସଞ୍ଚିତ ଧନକୁ ଗରିବମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପ୍ରଶଂସା ସାଉଁଟିଲେ ସେଲୁନ୍‌ ମାଲିକଙ୍କ ଝିଅ

Advertisment
ପାଠପଢ଼ା ପାଇଁ ରଖିଥିବା ନିଜର ସମସ୍ତ ସଞ୍ଚିତ ଧନକୁ ଗରିବମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପ୍ରଶଂସା ସାଉଁଟିଲେ ସେଲୁନ୍‌ ମାଲିକଙ୍କ ଝିଅ

www.ndtv.com

ଚେନ୍ନାଇ: ଅନ୍ୟକୁ ସାହାଯ୍ୟ କରିବାର ଇଚ୍ଛା ଶକ୍ତି ଆଗରେ ଅର୍ଥ କେବେ ବାଧକ ସାଜେନା। ଏପରି ପ୍ରମାଣ କରି ଦେଖେଇଛନ୍ତି ତାମିଲ୍‌ନାଡୁସ୍ଥିତ ମଦୁରାଇର ଜଣେ ସେଲୁନ୍ ମାଲିକଙ୍କ ଝିଅ ଏମ୍‌ ନେଥ୍‌ରା। ଏହି ଲକ୍‌ଡାଉନ୍‌ ସମୟରେ ଗରିବମାନଙ୍କ ପ୍ରତି ତାଙ୍କ ସାହାଯ୍ୟ ଓ ସହାନଭୂତି ପାଇଁ ତାଙ୍କୁ ୟୁନାଇଟେଡ୍‌ ନେସନ୍‌ ଆସୋସିଏସନ୍‌ ଫର୍‌ ଡେଭ୍‌ଲପମେଣ୍ଟ୍‌ ଆଣ୍ଡ୍‌ ପିସ୍‌ ପକ୍ଷରୁ ‘ଗୁଡ୍‌ଉଇଲ୍‌ ଆମ୍ବାସଡର ଟୁ ଦ ପୋର୍‌’ ଭାବେ ନିଯୁକ୍ତି ଦିଆଯାଇଛି।

ଜାଣିବାକୁ ମିଳିଛି ଯେ ଏହି ଯୁବତୀ ଜଣକ ନିଜ ବାପାଙ୍କୁ ବୁଝାଇସୁଝାଇ ଗରିବମାନଙ୍କ ପାଇଁ ତାଙ୍କର ସମସ୍ତ ସଞ୍ଚିତ ଧନ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମନାଇ ପାରି ଚର୍ଚ୍ଚା ପାଲଟିଛନ୍ତି, ଯାହାକି ଯୁବତୀଙ୍କ ପାଠପଢ଼ା ପାଇଁ ସଞ୍ଚିତ ହୋଇଥିଲା।

ରାଜ୍ୟ ମନ୍ତ୍ରୀ ସେଲୁର ରାଜୁ ଯୁବତୀଙ୍କୁ ପ୍ରଶଂସା କରିବା ସହ ଯୁବତୀ ଜଣଙ୍କୁ ପୂର୍ବତନ  ମୁଖ୍ୟମନ୍ତ୍ରୀ ଜେ ଜୟଲଲିତାଙ୍କ ନାମରେ ଥିବା ପୁରସ୍କାରରେ ପୁରସ୍କୃତ କରିବାକୁ  ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କୁ କହିବାକୁ କହିଛନ୍ତି।

publive-image
BBN News

ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବତୀ ଜଣଙ୍କୁ ପ୍ରଶଂସା କରିଥିଲେ। ସେ ମଦୁରାଇର ଗର୍ବ ବୋଲି କହିଥିଲେ ମୋଦୀ। ଚଳିତମାସ ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଯୁବତୀଙ୍କ ବାପା ସି ମୋହନଙ୍କୁ ପ୍ରଶଂସା କରିଥିଲେ।

ମୋହନ ଜୀ ମଦୁରାଇରେ ଏକ ସେଲୁନ୍‌ ଚଳାଉଛନ୍ତି। କଠିନ ପରିଶ୍ରମ କରି ସେ ତାଙ୍କ ଝିଅର ପାଠ ପାଢ଼ା ପାଇଁ ୫ ଲକ୍ଷ ଟଙ୍କା ସଞ୍ଚୟ କରି ରଖିଥିଲେ। ସେ ତାଙ୍କର ସମସ୍ତ ସଞ୍ଚିତ ଧନକୁ ଗରିବମାନଙ୍କ ‌ଉଦ୍ଦେଶ୍ୟରେ ଉତ୍ସର୍ଗ କରି ମହାନ ପାଲଟି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe