ରାଜକୋଟ : ଦେଶର ଅଧିକାଂଶ ଅଞ୍ଚଳରେ ଲୁଣ ସଂକଟ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ପରିବହନରେ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ସୂଚନା ମୁତାବକ, ଗୁଜରାଟର କଚ୍ଛ ଜିଲ୍ଲାର ଗାନ୍ଧିଧାମରେ ଥିବା ଅନେକ ଉତ୍ପାଦନସ୍ଥଳୀରେ ୮ ଲକ୍ଷ ଟନ୍ ଲୁଣ ଗଦା ହେଲାଣି। କିନ୍ତୁ ଏଥିପାଇଁ ଯଥେଷ୍ଟ ରେଳ ରେକ୍ ଉପଲବ୍ଧ ହୋଇପାରୁ ନାହିଁ। ଏ ପରିସ୍ଥିତି ଯଦି ଲାଗିରହେ, ତେବେ ଆଗାମୀ କିଛିଦିନ ମଧ୍ୟରେ ଲୁଣ ସଂକଟ ଦେଖାଦେଇପାରେ। ଗୁଜରାଟରେ ମୋଟ ୨୦ଟି ଲୁଣ ବିଶୋଧନକାରୀ ମଧ୍ୟରୁ ୧୪ଟି କେବଳ ଗାନ୍ଧିଧାମରେ ରହିଛି। ଏଠାରେ ଉତ୍ପାଦିତ ଲୁଣ ବିଭିନ୍ନ ନାମୀ ବ୍ରାଣ୍ଡ୍କୁ ଯୋଗାଇ ଦିଆଯାଇଥାଏ।
ଦେଶରେ ଲୁଣ ସଂକଟ ଆଶଙ୍କା
Advertisment
Follow Us