ସୀମା ହାଇଦରର ଭାରତୀୟ ଚେହେରା ଯୋଜନାବଦ୍ଧ ଥିଲା: ଗୁଇନ୍ଦା ସୂଚନା

Advertisment
ସୀମା ହାଇଦରର ଭାରତୀୟ ଚେହେରା ଯୋଜନାବଦ୍ଧ ଥିଲା: ଗୁଇନ୍ଦା ସୂଚନା

ନୂଆଦିଲ୍ଲୀ: ନେପାଳ ଦେଇ ୪ ପିଲାଙ୍କ ସହ ଭାରତରେ ବେଆଇନ ଭାବେ ପ୍ରବେଶ କରିଥିବା ସୀମା ହାଇଦରକୁ ଭାରତୀୟ ଗାଉଁଲି ମହିଳା ଭଳି ବେଶପୋଷାକ ପିନ୍ଧିବା ଓ ଭାରତୀୟ ଭଳି ଦେଖାଯିବାରେ ସାହାଯ୍ୟ କରାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ନ ପଡ଼ିବା ଲାଗି ସୀମା ଓ ତା’ର ୪ ପିଲାଙ୍କୁ ଯୋଜନାବଦ୍ଧ ଭାବେ ଭାରତୀୟ ପୋଷାକରେ ସଜ୍ଜିତ କରାଯାଇଥିଲା। ନେପାଳ ସୀମା ଦେଇ ଭାରତକୁ ଚାଲାଣ କରିବା ଲାଗି ମାନବ ଚାଲାଣକାରୀମାନେ ସମ୍ପୃକ୍ତ ମହିଳାଙ୍କୁ ଏହିପରି ଛଦ୍ମ ବେଶରେ ସଜାଇଥାନ୍ତି। ସୀମା ମଧ୍ୟ ସ୍ପଷ୍ଟ ହିନ୍ଦୀରେ କଥାବାର୍ତ୍ତା କରିପାରୁଛି। ଏଥିପାଇଁ ତାକୁ ନେପାଳରେ ଥିବା ପାକିସ୍ତାନୀ ହ୍ୟାଣ୍ଡଲରମାନେ ତାଲିମ ଦେଇଥିବା ସନ୍ଦେହ କରାଯାଉଛି। ପାକିସ୍ତାନୀ ସେନା ଓ ଆଇଏସ୍‌ଆଇ ସହ ସମ୍ପର୍କ ଥିବା ନେଇ ସୀମା ଏବେ ଏଟିଏସ୍ ଓ ତଦନ୍ତ ବ୍ୟୁରୋ (ଆଇବି)ର ରାଡାରରେ ଅଛି। ସୀମା ତା’ର ୨୨ ବର୍ଷୀୟ ଭାରତୀୟ ପ୍ରେମିକ ସଚିନ ମୀନା ସହ ରହିବା ପାଇଁ ମେ ୧୩ରେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିବା ଦାବି କରିଛି। କିନ୍ତୁ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ମେ ୧୩ର ସିସିଟିଭି ଫୁଟେଜଗୁଡ଼ିକ ଯାଞ୍ଚ କରି ଏହା ସପକ୍ଷରେ କୌଣସି ପ୍ରମାଣ ପାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe