ନୂଆଦିଲ୍ଲୀ : କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ପୁଲୱାମା ଆକ୍ରମଣକୁ ନେଇ ମୋଦୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କହିଛନ୍ତି ଯେ କଂଗ୍ରେସ ସହିଦ ଯବାନଙ୍କୁ ଅପମାନ କରୁଛି। କେବଳ ତାଙ୍କ ଦଳ ହିଁ ଦେଶର ସୁରକ୍ଷା ସୁନିଶ୍ଚିତ କରିପାରିବ ବୋଲି ସାହା ଦୃଢ଼ୋକ୍ତି ବାଢ଼ିଛନ୍ତି। ପିଟ୍ରୋଡା ଦେଶର ସେନା ଓ ସହିଦ ପରିବାରକୁ ଅପମାନିତ କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଶାହ ଦାବି କରିଛନ୍ତି। ପିଟ୍ରୋଡ଼ାଙ୍କ ବୟାନକୁ ନେଇ ଶନିବାର ଶାହ କଂଗ୍ରେସ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ସହ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଉପରେ ଅପମାନଜନକ ବୟାନକୁ ଜନତା ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି। ପିଟ୍ରୋଡ଼ା କହିଥିଲେ ଯେ ପୁଲୱାମା ଆକ୍ରମଣ ଭଳି ଅନେକ ଆକ୍ରମଣ ହେଉଛି ଏବଂ ସେଥି ପାଇଁ ପାକିସ୍ତାନକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନଥିଲା। ଶାହ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ କଣ ବିଶ୍ୱାସ କରୁଛି ଯେ ଦେଶରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହେଉଛି ସେଥି ପାଇଁ ପାକିସ୍ତାନ କିମ୍ବା ପାକିସ୍ତାନର ସେନା ଦାୟୀ ନୁହେଁ ? ତେଣୁ ରାହୁଲ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶାହ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us