ବର୍ଣ୍ଣବୈଷମ୍ୟ ବିବାଦ ଭିତରେ ଓଭରସିଜ୍‌ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା

ବର୍ଣ୍ଣବୈଷମ୍ୟ ବିବାଦ ଭିତରେ ଓଭରସିଜ୍‌ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଭାରତର ବିଭିନ୍ନ ଅଞ୍ଚଳର ଲୋକଙ୍କ ବର୍ଣ୍ଣକୁ ନେଇ ଦେଇଥିବା ବିବାଦୀୟ ବୟାନ ଝଡ଼ ସୃଷ୍ଟି କରିଛି। ସେ ବିବାଦରେ ଫଶିଯିବା ପରେ ଏବେ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ବର୍ଣ୍ଣବୈଷମ୍ୟ ଉପରେ ବୟାନ ଦେଇ ବିବାଦରେ ଫସିବା ପରେ ପିଟ୍ରୋଡା ନିଜ ପଦ ଛାଡିଛନ୍ତି। ଏ ନେଇ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି। ଜୟରାମ ରମେଶ କହିଛନ୍ତି, ‘‘ପିଟ୍ରୋଡା ନିଜ ଇଛାରେ ପଦ ଛାଡିଛନ୍ତି ଓ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ ବି କରିନିଆଯାଇଛି।’’

ଏକ ସାକ୍ଷାତକାରରେ ପିଟ୍ରୋଡା କହିଥିଲେ ଯେ ଭାରତ ଏଭଳି ଏକ ବିବିଧତା ଭରା ରାଷ୍ଟ୍ର ଯେଉଁଠାରେ ପୂର୍ବ ଭାରତରେ ଲୋକମାନେ ଚାଇନିଜ୍‌ ତଥା ଚୀନୀ ପରି ଦେଖାଯାଆନ୍ତି, ପଶ୍ଚିମରେ ଲୋକମାନେ ଆରବ ରାଷ୍ଟ୍ରର ଲୋକଙ୍କ ଭଳି ହୋଇଥିବା ବେଳେ ଉତ୍ତର ଭାରତର ଲୋକମାନେ ଶ୍ବେତାଙ୍ଗ ଏବଂ ଦକ୍ଷିଣ ଭାରତର ବାସିନ୍ଦା ଆଫ୍ରିକୀୟ ଭଳି ଲାଗନ୍ତି। ପିତ୍ରୋଡ଼ାଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କୁ ଚାରିଆଡ଼ୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। କଂଗ୍ରେସ ଦଳ ପିତ୍ରୋଡ଼ାଙ୍କର ଏଭଳି ବିବାଦୀୟ ଟିପ୍ପଣୀଠାରୁ ଦୂରେଇ ରହିଛି। ଅନ୍ୟପକ୍ଷରେ ବିଜେପି ଏହାର ତୀବ୍ର ବିରୋଧ କରିଛି।

କଂଗ୍ରେସ ନେତା ଜୟରାମ ରମେଶ ଏକ୍ସ‌ରେ ଏକ ପୋଷ୍ଟ୍‌ କରି କହିଥିଲେ, ‘‘ସାମ ପିତ୍ରୋଡ଼ାଙ୍କର ଏଭଳି ଟିପ୍ପଣୀ ଅଗ୍ରହଣୀୟ ଏବଂ ଦଳ ଏହି ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖୁଛି। ଏହାକୁ ବିଜେପି ଅତିରଞ୍ଜିତ କରି ପରିବେଷଣ କରୁଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe