ମୁସଲିମଙ୍କ ସଂଖ୍ୟା ବଢ଼ୁଛି, ଆଗକୁ ଆମେ କ୍ଷମତାକୁ ଆସିବୁ: ସପା ‌ବିଧାୟକ

ପୂର୍ବତନ ସମାଜବାଦୀ ପାର୍ଟି(ସପା) ମନ୍ତ୍ରୀ ତଥା ବିଧାୟକ ମେହବୁବ ଅଲିଙ୍କ ଏକ ଆପତ୍ତିଜନକ ବିବୃତି ସାମ୍ନାକୁ ଆସିଛି। ମୁସଲିମଙ୍କ ସଂଖ୍ୟା ବଢ଼ୁଛି । ଆଗାମୀ ନିର୍ବାଚନରେ ଆମେ କ୍ଷମତାକୁ ଆସିବୁ ବୋଲି କହିଛନ୍ତି ମେହବୁବ ଅଲି।

opuy

ବିଜନୋର: ପୂର୍ବତନ ସମାଜବାଦୀ ପାର୍ଟି(ସପା) ମନ୍ତ୍ରୀ ତଥା ବିଧାୟକ ମେହବୁବ ଅଲିଙ୍କ ଏକ ଆପତ୍ତିଜନକ ବିବୃତି ସାମ୍ନାକୁ ଆସିଛି। ମେହବୁବ ଅଲି ଏକ କାର୍ଯ୍ୟକ୍ରମ ସମୟରେ କହିଥିଲେ, 'ମୁସଲିମଙ୍କ ସଂଖ୍ୟା ବଢ଼ୁଛି । ଆଗାମୀ ନିର୍ବାଚନରେ ଆମେ କ୍ଷମତାକୁ ଆସିବୁ।' ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।

ଏକ ଜନସଭାକୁ ସମ୍ବୋଧିତ କରି ‌ସେ କହିଥିଲେ, '୨୦୨୭ ମସିହାରେ ତୁମେ ଯିବ, ଆମେ ଆସିବୁ। ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଉଛି । ତୁମର ଶାସନ ଶେଷ ହେବ | ମୋଗଲମାନେ ୮୦୦ବର୍ଷ ପର୍ଯ୍ୟନ୍ତ ଦେଶ ଶାସନ କରିଥିଲେ। ଯଦି ସେ ଏତେ ବର୍ଷ ଶାସନ କରି ରହିପାରିଲେ ନାହିଁ, ତା’ହେଲେ ତୁମେମାନେ କେମିତି ରହିବ ।' ପୂର୍ବତନ ସମାଜବାଦୀ ପାର୍ଟି ମନ୍ତ୍ରୀ ମେହବୁବ ଅଲି ବିଜନୋରର ରୟାଲ ପାମ ବଙ୍କେଟ୍ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ସରକାରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି।

ତେବେ ସମାଜବାଦୀ ପାର୍ଟି ମେହବୁବ ଅଲିଙ୍କ ବିବୃତି ଦଳର ମତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଦଳର ମୁଖପାତ୍ର । ସମାଜବାଦୀ ପାର୍ଟି ମୁଖପାତ୍ର ସୁନୀଲ ସାଜନ କହିଛନ୍ତି ଯେ, ସପା ଏହି ବିବୃତିରେ ସହମତ ନୁହେଁ। କିନ୍ତୁ ଏହା ସତ ଯେ ଦେଶରେ ବେରୋଜଗାରୀ ବୃଦ୍ଧି ପାଉଛି। ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି। ଦେଶରେ ଦୁର୍ନୀତି ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଏହି ସବୁ ପ୍ରସଙ୍ଗ ବିଜେପିକୁ ପରାସ୍ତ କରିବ, ଏହା ନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe