ହସ୍ପିଟାଲ୍‌ ପରିସରରେ ଛିଡ଼ା ହୋଇ ସିଗାରେଟ୍‌ ଟାଣୁଥିଲେ ରାଜନେତା, ଭିଡିଓ ଭାଇରାଲ୍‌ ହେବା ପରେ ଛି-ଛାକର କଲେ ଲୋକେ

Advertisment
ହସ୍ପିଟାଲ୍‌ ପରିସରରେ ଛିଡ଼ା ହୋଇ ସିଗାରେଟ୍‌ ଟାଣୁଥିଲେ ରାଜନେତା, ଭିଡିଓ ଭାଇରାଲ୍‌ ହେବା ପରେ ଛି-ଛାକର କଲେ ଲୋକେ

YouTube

ମୋରଦାବାଦ: ସମାଜବାଦୀ ପାର୍ଟି ନେତା ହାଜି ଇକ୍ରାମ କ୍ବିରେସୀ ଅନ୍‌ଲାଇନ୍‌ ଟ୍ରୋଲ୍‌ର ଏକ ସଦ୍ୟ ବିଷୟବସ୍ତୁ ପାଲଟିଛନ୍ତି। ଉତ୍ତରପ୍ରଦେଶର ମୋରାବାଦରେ ଥିବା ଏକ ହସ୍ପିଟାଲ୍‌ ପରିସରରେ ଏହି ବାବୁ ଜଣକ ଧୂମପାନ କରିବା ପରେ ଇଣ୍ଟରନେଟ୍‌ରେ ଛାଇ ରହିଛନ୍ତି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ତାଙ୍କର ଏପରି କାର୍ଯ୍ୟ ପାଇଁ ତାତ୍ସଲ୍ୟ କରିଥିବାର ଦେଖିବାକୁୁ ମିଳିଛି।

ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ଜନ୍ମଦିନ ଅବସରେ ହସ୍ପିଟାଲ୍‌ର ରୋଗୀମାନଙ୍କୁ ଭେଟି ସେମାନଙ୍କ ଆରୋଗ୍ୟ କାମନା କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ସେ ମୁଲାୟମ ସିଂହଙ୍କ ୮୧ତମ ଜୟନ୍ତୀ ଅବସରରେ ହସ୍ପିଟାଲ୍‌ର ରୋଗୀଙ୍କୁ ଫଳ ଓ ମିଠା ବାଣ୍ଟିବାକୁ ଯାଇଥିଲେ।

ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରି କ୍ବିରେସୀ କହିଛନ୍ତି, ‘ସେ ସମୟରେ ଆମେ ହସ୍ପିଟାଲ୍‌ରେ ନଥିଲୁ। ହସ୍ପିଟାଲ୍‌ ନିକଟରେ ଥିବା ଏକ ପାର୍କରେ ଛିଡ଼ା ହୋଇଥିଲୁ ସେତେବେଳେ।’ ସେ ଆହୁରି ବି କହିଛନ୍ତି ଯେ ଖରାପରେ ଚର୍ଚ୍ଚିତ ହେବା ମଧ୍ୟ ଏକ ପ୍ରକାରର ପ୍ରଚାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe