ସପା ଜିତିବ ବୋଲି ସର୍ତ୍ତ ଲଗାଇ ବାଇକ୍ ହାରିଯାଇଥିଲେ ଯୁବକ, ୧ଲକ୍ଷ ଟଙ୍କା ଦେଇ ଏହି କାମ ନକରିବାକୁ କହିଲେ ଅଖିଳେଶ

Advertisment
ସପା ଜିତିବ ବୋଲି ସର୍ତ୍ତ ଲଗାଇ ବାଇକ୍ ହାରିଯାଇଥିଲେ ଯୁବକ, ୧ଲକ୍ଷ ଟଙ୍କା ଦେଇ ଏହି କାମ ନକରିବାକୁ କହିଲେ ଅଖିଳେଶ

ନୂଆଦିଲ୍ଲୀ: ୟୁପି ନିର୍ବାଚନର ଫଳାଫଳ ବିଭିନ୍ନ ରାଜନୈତିକ ଦଳ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ଚଳିତ ଥର ସମାଜବାଦୀ ପାର୍ଟି(ସପା) କ୍ଷମତାକୁ ଆସିବ ବୋଲି ଅଖିଳେଶ ଦାବି କରିଆସୁଥିବା ବେଳେ ଫଳାଫଳ କିଛି ଓଲଟା ହୋଇଛି। ବିଜେପି ପୁଣି ଥରେ ବାଜିମାତ୍ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କ୍ଷମତାକୁ ଆସିବାକୁ ଯାଉଛନ୍ତି। ତେବେ ଏମଧ୍ୟରେ ସପା ଜିତିବ ବୋଲି ଜଣେ ଯୁବକ ସର୍ତ୍ତ ଲଗାଇ ହାରିବା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଲା ଅଖିଳେଶଙ୍କ ଏବିଷୟରେ ଜଣାପଡ଼ିବା ପରେ ସେ ଯୁବକଙ୍କୁ ଡାକି ୧ଲକ୍ଷ ଟଙ୍କା ଦେଇଛନ୍ତି।

ସୂଚନା ମୁତାବକ, ସପା ଜିତିବ ବୋଲି ବାଜି ଲଗାଇଥିବା ଅବଦ୍ଧେଶ ଫଳାଫଳ ଆସିବା ମାତ୍ରେ ସର୍ତ୍ତ ହାରିଯାଇଥିଲେ। ଏହା ପରେ ତାଙ୍କୁ ତାଙ୍କ ବାଇକ୍ ହରାଇବାକୁ ପଡ଼ିଥିଲା। ଯେତେବେଳେ ସପାର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏହା ବିଷୟରେ ଜାଣିଲେ, ସେ ଅବଦ୍ଧେଶକୁ ଲ‌କ୍ଷ୍ନୌକୁ ଡାକି ଏକ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ଏହା ସହ  ଭବିଷ୍ୟତରେ ଏଭଳି କୌଣସି ସର୍ତ୍ତ ନ ଲଗାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe