ଗୋଟିଏ କଦଳୀ ପାଇଁ ଦୁଇମାଙ୍କଡ଼ଙ୍କ ମଧ୍ୟରେ ଝଗଡ଼ା; ଟ୍ରେନ ସେବା ବ୍ୟାହତ

Advertisment

ବିହାରର ସମସ୍ତିପୁର ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ କଦଳୀ ପାଇଁ ଦୁଇ ମାଙ୍କଡ଼ଙ୍କ ମଧ୍ୟରେ ଝଗଡ଼ା ଲାଗିବା କାରଣରୁ ଟ୍ରେନ ସେବାରେ ବାଧା ସୃଷ୍ଟି ହୋଇଥିଲା

ବିହାରର ସମସ୍ତିପୁର ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ କଦଳୀ ପାଇଁ ଦୁଇ ମାଙ୍କଡ଼ଙ୍କ ମଧ୍ୟରେ ଝଗଡ଼ା ଲାଗିବା କାରଣରୁ ଟ୍ରେନ ସେବାରେ ବାଧା ସୃଷ୍ଟି ହୋଇଥିଲା

a


ନୂଆଦିଲ୍ଲୀ: ବିହାରର ସମସ୍ତିପୁର ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ କଦଳୀ ପାଇଁ ଦୁଇ ମାଙ୍କଡ଼ଙ୍କ ମଧ୍ୟରେ ଝଗଡ଼ା ଲାଗିବା କାରଣରୁ ଟ୍ରେନ ସେବାରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଅଧିକାରୀମାନଙ୍କ କହିବାନୁସାରେ, ସମସ୍ତିପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର ୪ରେ ଦୁଇ ମାଙ୍କଡ଼ଙ୍କ ମଧ୍ୟରେ ଗୋଟିଏ କଦଳୀ ପାଇଁ ଝଗଡ଼ା ଲାଗି ଯାଇଥିଲେ। ଏହି ସମୟରେ ରାଗରେ ଗୋଟିଏ ମାଙ୍କଡ଼ ଅନ୍ୟ ଏକ ମାଙ୍କଡ଼କୁ କିଛି ସାମଗ୍ରୀ ଧରି ଫିଙ୍ଗି ଦେଇଥିଲା।

ଏହି ସାମଗ୍ରୀଟି ଓଭରହେଡ ତାରରେ ଯାଇ ବାଜିଥିଲା। ଫଳରେ ସର୍ଟସର୍କିଟ ହୋଇ ତାର ଛିଣ୍ଡି ପଡ଼ିଥିଲା। ଏହି କାରଣରୁ ଟ୍ରେନ ସେବାକୁ କିଛି ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ହଠାତ ଟ୍ରେନ ସେବା ଠବ ହୋଇଯିବା କାରଣରୁ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ତାରର ମରାମତି କରାଯିବା ପରେ ପୁଣିଥରେ ଟ୍ରେନ ସେବାକୁ ଆରମ୍ଭ କରାଯାଇଥିଲା ବୋଲି ପୂର୍ବମଧ୍ୟ ରେଳବାର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶାରସ୍ବତୀ ଚନ୍ଦ୍ରା ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe