ଉଲ୍ଲେଖଯୋଗ୍ୟ, 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ର ଏକ ଅଧ୍ୟାୟକୁ ରଣବୀର ଅତିଥି ହୋଇ ଯାଇଥିଲେ। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ, "ତୁମେ କ'ଣ ତୁମ ବାପାମାଙ୍କୁ ଜୀବନସାରା ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ସାମିଲ ହୋଇ ସବୁଦିନ ପାଇଁ ବନ୍ଦ କରିଦେବ?" ତାଙ୍କର ଏହି ପ୍ରଶ୍ନ କାହାକୁ ପସନ୍ଦ ଆସିନଥିଲା।

ରଣବୀର ଆଲ୍ଲାହାବାଦିଆ ଭାରତର ଲୋକପ୍ରିୟ ୟୁଟ୍ୟୁବର୍ସମାନଙ୍କ ମଧ୍ୟରୁ ଜଣେ। ନିଜ ପଡକାଷ୍ଟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ବଡ଼ ବଡ଼ ବ୍ୟକ୍ତିତ୍ବଙ୍କୁ ପଡକାଷ୍ଟକୁ ଡାକି ନିଜ ପ୍ରଶଂସକଙ୍କୁ ବିଭିନ୍ନ କ୍ଷେତ୍ର ବିଷୟରେ ଅବଗତ କରାଉଥିବା ରଣବୀର ଏବେ ବିବାଦରେ। ୟୁଟ୍ୟୁବରେ ପ୍ରସାରିତ କମେଡି ସୋ’ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'କୁ ଯାଇ ସେ ପଚାରିଥିବା ପ୍ରଶ୍ନ ପାଇଁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦିଆଯିବା ସହ ତାଙ୍କୁ ବଏକଟ ପାଇଁ ଦାବି କରାଯାଉଥିବା ଦେଖି କ୍ଷମା ମାଗିଛନ୍ତି ରଣବୀର।