ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ୪୬ ବର୍ଷ ପରେ ଶିବ ମନ୍ଦିରର କବାଟ ଖୋଲିଛି। ଦୀର୍ଘ ବର୍ଷ ପରେ ମହାଦେବଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିବା ପରେ ସମ୍ଭଲକୁ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମଧ୍ୟ ମନ୍ଦିର ଭିତରେ ପୂଜାର୍ଚ୍ଚନାରେ ଯୋଗ ଦେଇଥିଲେ।
ଏହି କ୍ରମରେ ମଙ୍ଗଳବାର ଖଗ୍ଗୁ ସରାୟରେ ଏକ ମନ୍ଦିର ମିଳିଛି। ଏଠାରେ ଅନେକ ହିନ୍ଦୁ ପରିବାର ବସବାସ କରୁଥିଲେ। ୧୯୭୮ ମସିହାରେ ହୋଇଥିବା ହିଂସା ପରେ ସମସ୍ତେ ହିନ୍ଦୁ ପରିବାର ଘର, ବାଡ଼ି ଓ ଦୋକାନ ଛାଡ଼ି ଚାଲିଯାଇଥିଲେ। ଖଗ୍ଗୁ ସରାୟରେ ମନ୍ଦିର ଖୋଲିବା ଖବର ପାଇବା ପରେ ମଙ୍ଗଳବାର ଏକ ଦମ୍ପତି ୪୬ବର୍ଷ ପରେ ପୂର୍ବରୁ ରହୁଥିବା ସ୍ଥାନକୁ ଫେରି ମହାଦେବଙ୍କ ଦର୍ଶନ କରିଛନ୍ତି।
ଅନିଲ କୁମାର ରସ୍ତୋଗି କହିଛନ୍ତି, ‘୧୯୭୮ରେ ହିଂସା ହେବା ସମୟରେ ମୁଁ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲି। ସନ୍ଧ୍ୟାରେ ମୋତେ ଖବର ମିଳିଲା କି ମୋର ଦୋକାନ ହିଂସା ନିଆଁରେ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଛି। ତା’ପର ଦିନ ଯାଇ ଦେଖିଲା ବେଳକୁ ଦୋକାନର ଗୋଟିଏ ବି ସାମଗ୍ରୀ ସୁରକ୍ଷିତ ନାହିଁ। ସବୁ ଜଳି ପାଉଁଶ ହୋଇଯାଇଛି। ସେ ହିଂସା ସମୟର ଫଟୋ ଏବେ ବି ମୋ ପାଖରେ ରହିଛି।
ହିଂସା ଚାଲିଥିବା ସମୟରେ ଆମ ହିନ୍ଦୁ ପରିବାରଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଥିଲା ଏହା ମୁସଲମାନବହୁଳ ଅଞ୍ଚଳ ଓ ଖଗ୍ଗୁ ସରାୟ ସବୁଠାରୁ ଖରାପ ସ୍ଥାନ। ତେଣୁ ସେ ସମୟରେ ଅନେକ ହିନ୍ଦୁ ପରିବାର ଖଗ୍ଗୁ ସରାୟ ଛାଡ଼ି ଚାଲି ଯାଇଥିଲୁ।
Follow Us