ସୁପ୍ରିମକୋର୍ଟରେ ପହଞ୍ଚିଲା ସମ୍ଭଲ ମସଜିଦ ସର୍ଭେ ମାମଲା, ଶୁକ୍ରବାର ଶୁଣାଣି

ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଶାହି ଜାମା ମସଜିଦ୍ ସର୍ଭେ ବିରୋଧରେ ମସଜିଦ୍ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆସନ୍ତାକାଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୀବ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମସଜିଦ୍ କମିଟିର ଆବେଦନର ଶୁଣାଣି କରିବେ।

sambhal

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଶାହି ଜାମା ମସଜିଦ୍ ସର୍ଭେ ବିରୋଧରେ ମସଜିଦ୍ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆସନ୍ତାକାଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୀବ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମସଜିଦ୍ କମିଟିର ଆବେଦନର ଶୁଣାଣି କରିବେ।

ମସଜିଦ କମିଟି ତାଙ୍କ ପିଟିସନରେ ଦର୍ଶାଇଛି ଯେ ମସଜିଦକୁ ହରିହର ମନ୍ଦିର ବୋଲି ଦାବି କରି ନଭେମ୍ବର ୧୯ ରେ ସମ୍ଭାଲ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ସେହିଦିନ ସିନିୟର ଡିଭିଜନର ସିଭିଲ ଜଜ୍ ମାମଲାର ଶୁଣାଣି କରି ମସଜିଦ କମିଟିର ପକ୍ଷ ନ ଶୁଣି ସର୍ଭେ ପାଇଁ ଜଣେ ଆଡଭୋକେଟ କମିଶନରଙ୍କୁ ନିଯୁକ୍ତ କରିଥିଲେ।

ପିଟିସନରେ ଦାବି କରାଯାଇଛି ଯେ ୧୬ଶ ଶତାବ୍ଦୀରୁ ଶାହି ଜାମା ମସଜିଦ ରହିଛି। ଏପରି ଏକ ପ୍ରାଚୀନ ଧାର୍ମିକ ଢାଞ୍ଚାର ସର୍ବେକ୍ଷଣ ପାଇଁ ନିର୍ଦ୍ଦେଶ ଉପାସନା ସ୍ଥଳ ଆଇନ ଏବଂ ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଆଇନ ର ବିରୁଦ୍ଧରେ । ଯଦି ସର୍ଭେ ଜରୁରୀ ଥିଲା, ତେବେ ଅନ୍ୟ ପକ୍ଷର କଥା ନ ଶୁଣି ଗୋଟିଏ ଦିନରେ କରିବା ଉଚିତ  ନୁହେଁ।

ନଭେମ୍ବର ୧୯ ତାରିଖ ସନ୍ଧ୍ୟାରେ ଆଡଭୋକେଟ କମିଶନର ସର୍ଭେ ପାଇଁ ପହଞ୍ଚିଥିଲେ। ନଭେମ୍ବର ୨୪ତାରିଖରେ ପୁଣି ଥରେ ସର୍ଭେ ହୋଇଥିଲା। ଯେଉଁ ବେଗରେ ସବୁ କିଛି ଘଟିଲା, ତାହା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା ଏବଂ ସେମାନେ ଘରୁ ବାହାରକୁ ଆସିଥିଲେ। ଭିଡ଼ ଆକ୍ରମଣାତ୍ମକ ହେବା ପରେ ପୁଲିସ ଗୁଳିଚାଳନା ହୋଇଥିଲା, ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା।

ପିଟିସନରେ ଦାବି କରାଯାଇଛି ଯେ ୧୬ଶ ଶତାବ୍ଦୀରୁ ଶାହି ଜାମା ମସଜିଦ ରହିଛି। ଏପରି ଏକ ପ୍ରାଚୀନ ଧାର୍ମିକ ଢାଞ୍ଚାର ସର୍ବେକ୍ଷଣ ପାଇଁ ନିର୍ଦ୍ଦେଶ ଉପାସନା ସ୍ଥଳ ଆଇନ ଏବଂ ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଆଇନ ର ବିରୁଦ୍ଧରେ । ଯଦି ସର୍ଭେ ଜରୁରୀ ଥିଲା, ତେବେ ଅନ୍ୟ ପକ୍ଷର କଥା ନ ଶୁଣି ଗୋଟିଏ ଦିନରେ କରିବା ଉଚିତ  ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe