ଅହମ୍ମଦାବାଦ: ୨୦୦୨ ଦଙ୍ଗା ପରେ ରାଜ୍ୟରୁ ‘ବିଜେପି’ ସରକାରକୁ ହଟାଇବା ପାଇଁ କଂଗ୍ରେସ ନେତା ଦିବଂଗତ ଅହମ୍ମଦ ପଟେଲଙ୍କ ଆଦେଶରେ କରାଯାଇଥିବା ଷଡ଼ଯନ୍ତ୍ରରେ ସାମାଜିକକର୍ମୀ ତୀସ୍ତା ସୀତଲୱାଡ଼ ସମ୍ପୃକ୍ତି ଥିଲେ ବୋଲି କହି ଶୁକ୍ରବାର ଦିନ ଗୁଜରାଟ ପୁଲିସ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ଆଉ ଅହମ୍ମଦ ପଟେଲଙ୍କ ବାବଦରେ ନୂଆ ଖୁଲାସା ପରେ ବିଜେପି ଏହି ଘଟଣାକୁ ନେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି | ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଗୁଜରାଟରେ ବିଜେପି ସରକାରକୁ ହଟାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଷଡଯନ୍ତ୍ର କରିଥିଲେ ଏବଂ ଏହି ଷଡଯନ୍ତ୍ରରେ ଅହମ୍ମଦ ପଟେଲ କେବଳ କାଠ କଣ୍ଢେଇ ଭୂମିକା ନିର୍ବାହ କରିଥିଲେ |
ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, “ଅହମ୍ମଦ ପଟେଲ କେବଳ ଏକ ନାମ, ତାଙ୍କୁ ଏହି କାମ କରାଇବାକୁ ତାଙ୍କ ମାଲିକ ସୋନିଆ ଗାନ୍ଧୀ ହିଁ ପଠାଇଥିଲେ। ସୋନିଆ ଗାନ୍ଧୀ ତାଙ୍କ ମୁଖ୍ୟ ରାଜନୈତିକ ପରାମର୍ଶଦାତା ଅହମ୍ମଦ ପଟେଲଙ୍କ ମାଧ୍ୟମରେ ଗୁଜରାଟର ଛବିକୁ ଖରାପ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ।
ଗୁଜରାଟ ପୁଲିସର ଏସଆଇଟି ଏହି ମାମଲାର ଅନୁସନ୍ଧାନ କରୁଥିବା ଏକ ଆଫିଡେଭିଟ୍ ବିଷୟରେ ଉଲ୍ଲେଖ କରି ପାତ୍ର କହିଛନ୍ତି ଯେ ପୂର୍ବତନ ଆଇପିଏସ ଅଧିକାରୀ ଆର୍. ବି. ଶ୍ରୀକୁମାରଙ୍କ ସମେତ ସାମାଜିକ କର୍ମୀ ତୀସ୍ତା ସୀତଲୱାଡ଼ ଓ ସଞ୍ଜୀବ ଭଟ ବିଳମ୍ବିତ ରାତିରେ ଅହମ୍ମଦ ପଟେଲଙ୍କ ସହ ଗୁପ୍ତ ବୈଠକ କରିଥିଲେ। ପାତ୍ର ଅଭିଯୋଗ କରିଛନ୍ତି ଯେ ସୋନିଆ ଗାନ୍ଧୀ ୨୦୦୭ ରେ ତୀସ୍ତା ସୀତଲୱାଡ଼ଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଥିଲେ। ସେ ଦାବି କରିଛନ୍ତି, “ଯଦି ବିଜେପି କ୍ଷମତାକୁ ନ ଆସିଥାନ୍ତା ତେବେ ସୋନିଆ ଗାନ୍ଧୀ ଆର୍. ତୀସ୍ତାଙ୍କୁ ଗୃହମନ୍ତ୍ରୀ କରିଥାନ୍ତେ।
Follow Us