ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗ : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗ : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ : ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ସାକ୍ଷାତ କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। କୋର୍ଟରେ ମାମଲା ଚାଲୁଥିବାବେଳେ ରାଜ୍ୟ ସରକାର ବେଆଇନ ଭାବେ ଜମିଟିକୁ ବିକ୍ରି କରିଥିବା ଅଭିଯୋଗ କରିବା ସହିତ ସେ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ, ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ସମ୍ପର୍କରେ ଅନୁଧ୍ୟାନ କରି ସୋମବାର ସୁଦ୍ଧା କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ନିଜର ମତାମତ ରଖିବେ । ଆଗାମୀ ଦିନରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସାଦ ଯୋଜନାରେ କେନ୍ଦ୍ର ସରକାର ୨୦ କୋଟି ଟଙ୍କା ଦେଇଥିବାବେଳେ ସେଥିମଧ୍ୟରୁ ମାତ୍ର ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ, ରାଜ୍ୟ ସରକାର ଗରିବ ଲୋକଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ଏହାର ବାଟମାରଣା କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe