Image Source: India Today
ନୂଆଦିଲ୍ଲୀ: ପୁଲ୍ଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଆଜି ତିନୋଟି ପ୍ରଶ୍ନ ଉଠାଇଛନ୍ତି।
ଟୁଇଟ୍ରେ ରାହୁଳ ଲେଖିଛନ୍ତି ଯେ ଆଜି ଆମେ ୪୦ ଜଣ ସହିଦ ସିଆର୍ପିଏଫ୍ ଯବାନଙ୍କୁ ସ୍ମରଣ କରୁଛନ୍ତି। ଏହି ଅବସରରେ ତିନୋଟି ପ୍ରଶ୍ନ ପଚାରୁଛି।
୧. ଏହି ଆକ୍ରମଣରେ କିଏ ସବୁଠୁ ଅଧିକ ଲାଭବାନ୍ ହେଲା?
୨. ଏହି ଆକ୍ରମଣ ସଂକ୍ରାନ୍ତରେ ହୋଇଥିବା ତଦନ୍ତର ଫଳାଫଳ କ’ଣ?
୩. ନିରାପତ୍ତା ତ୍ରୁଟିଜନିତ ଏହି ଆକ୍ରମଣ ଲାଗି ବିଜେପି ସରକାରରେ କାହାକୁ ଦାୟୀ କରାଯାଇଛି?
Image Source: Jagaranଏଥିରେ ରାହୁଳ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଟୁଇଟ୍ କରି ସେ କହିଛନ୍ତି ଯେ ପୁଲ୍ଓ୍ଵାମା ଆକ୍ରମଣ ଥିଲା ଏକ କାପୁରଷ ଆକ୍ରମଣ। ଏହି ଆତଙ୍କବାଦୀ ଆକ୍ରମଣ ବାର୍ଷିକୀରେ ରହୁଳ ଗାନ୍ଧୀ ମଧ୍ୟ ଏକ କାପୁରଷ ମନ୍ତବ୍ୟ ଦେଇଛନ୍ତି। ଏଥିରେ କିଏ ସବୁଠୁ ଅଧିକ ଲାଭବାନ୍ ହେଲା? ମିଷ୍ଟର୍ ଗାନ୍ଧୀ ଆପଣ କ’ଣ ଲାଭ ଛଡ଼ା ଅଧିକ କିଛି ଭାବି ପାରୁ ନାହାନ୍ତି? ଏହି ତଥାକଥିତ ଗାନ୍ଧୀ ପରିବାର ଲାଭ ଛଡ଼ା ଅନ୍ୟ କିଛି ଚିନ୍ତା କରି ପାରନ୍ତି ନାହିଁ। ସେମାନେ କେବଳ ପାର୍ଥିବ ଜଗତରେ ଦୁର୍ନୀତିଗ୍ରସ୍ତ ନୁହନ୍ତି, ସେମାନଙ୍କ ଆତ୍ମା ମଧ୍ୟ ଦୁର୍ନୀତିଗ୍ରସ୍ତ।
Follow Us