ରାହୁଲ ଚାହୁଛନ୍ତି ଗୁଳି ଚାଲୁ, ରାସ୍ତାରେ ମୃତଦେହ ବିଛାଡ଼ି ହୋଇପଡୁ: ସମ୍ବିତ ପାତ୍ର

ସତ୍ୟାଗ୍ରହର ନାଟକ କରୁଛି କଂଗ୍ରେସ: ସମ୍ବିତ ପାତ୍ର

AajTak

ନୂଆଦିଲ୍ଲୀ:କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବିଜେପି ଟାର୍ଗେଟ କରିଛି | ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ,' ରାହୁଲ ଗାନ୍ଧୀ ଚାହୁଁଛନ୍ତି ଯେ ରାସ୍ତାରେ ସଂଘର୍ଷ ହେଉ, ଗୁଳି ଚାଳନା କରାଯାଉ ଏବଂ ରାସ୍ତାରେ ମୃତଦେହ ବିଛାଡ଼ି ହୋଇପଡୁ'। ସମ୍ବିତ କହିଛନ୍ତି ଯେ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ନିଜ ରାଜନୀତି ରୁଟି ସେକିବା ଭଳି ଚେଷ୍ଟା ରାହୁଲ ଗାନ୍ଧୀ କରୁଛନ୍ତି | କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦଂଗାକାରୀଙ୍କୁ ଜେଲରୁ ମୁକ୍ତ କରିବାକୁ କହୁଛନ୍ତି, ଉପଦ୍ରବକାରୀ ରାହୁଲଙ୍କ ନିଜ ଲୋକ କି ? ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି |


ସୂଚନା ମୁତାବକ ରାହୁଲ ଗାନ୍ଧୀ କୃଷକ ଆନ୍ଦୋଳନକୁ ନେଇ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, 'କୃଷକ ଭାରତର ଶକ୍ତି ହୋଇଥିବାବେଳେ ସେମାନଙ୍କୁ ଦବେଇବାକୁ ଓ ମାରିବାକୁ ସରକାର ଚେଷ୍ଟା କରୁଛନ୍ତି | ସରକାରଙ୍କ କାମ ହେଉଛି କୃଷକଙ୍କ ସହ ଆଲୋଚନା କରି ଏହି ସମସ୍ୟାର କିଭଳି ସମାଧାନ କରିବେ | ମୁଁ କୃଷକଙ୍କୁ ବହୁତ ଭଲ ଭାବେ ଜାଣିଛି, ସେମାନେ ପଛକୁ ହଟିବେ ନାହିଁ | ସରକାରଙ୍କୁ ପଛକୁ ହଟିବାକୁ ପଡିବ' |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe