ଗୁରୁ ଗୋବିନ୍ଦ ସିଂହ ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍ପିଟାଲ୍‌ର ସ୍କିନ୍‌ ୱାର୍ଡରେ ୨୦୦୭ ମସିହାରୁ ବଦଳାଯାଇନି ଗଦି

Advertisment
ଗୁରୁ ଗୋବିନ୍ଦ ସିଂହ ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍ପିଟାଲ୍‌ର ସ୍କିନ୍‌ ୱାର୍ଡରେ ୨୦୦୭ ମସିହାରୁ ବଦଳାଯାଇନି ଗଦି

Justdial

ଚଣ୍ଡିଗଡ଼: ପଞ୍ଜାବର ଗୁରୁ ଗୋବିନ୍ଦ ସିଂହ ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍ପିଟାଲ୍‌ର ସ୍କିନ୍‌ ୱାର୍ଡରୁ ଆସିଛି ଏକ ସାଂଘ‌ାତିକ ଅଭିଯୋଗ। ହସ୍ପିଟାଲ୍‌‌ରେ ପ୍ରତି ୫ ବର୍ଷରେ ଥରେ ଗଦି ବଦଳାଇବା ନିୟମ ରହିଥିବା ବେଳେ ହସ୍ପିଟାଲ୍‌ର ସ୍କିନ୍‌ ୱାର୍ଡରେ ଗତ ୧୫ ବର୍ଷ ହେବ ଗଦି ବଦଳା ଯାଇନାହିଁ ବୋଲି ସେଠାରେ ଚାକିରି କରୁଥିବା ଜଣେ ନର୍ସ ଗଣାମାଧ୍ୟମରେ ବୟାନ ଦେଇଛନ୍ତି।

ୱାର୍ଡରେ ଥିବା ସମୁଦାୟ ୩୦ଟି ବେଡ୍‌ରୁ ୨୦ଟି ଗଦି ୨୦୦୭ ମସିହାରୁ ବଦଳା ଯାଇନାହିଁ। ସେଠାରେ ଚାକିରି କରୁଥିବା ଜଣେ ସିନିୟର୍‌ ନର୍ସ କହିଛନ୍ତି ଯେ ବାରମ୍ବାର ଅନୁରୋଧ ସତ୍ତ୍ବେ ବି କର୍ତ୍ତୃପକ୍ଷ ତାଙ୍କ କଥା ଶୁଣିନାହାନ୍ତି କି ଗଦିକୁ ବଦଳାଇ ନାହାନ୍ତି।

ଗତ ବର୍ଷ ବି ଏନେଇ ଅଭିଯୋଗ ହୋଇଥିଲା। ମାତ୍ର କେହି ବି ତାହା ଉପରେ ଧ୍ୟାନ ଦେଇନାହାନ୍ତି। ଆମେ ବାରମ୍ବାର କହିଛୁ ଯେ ଗଦି ଖରାପ ହୋଇଗଲାଣି। ରୋଗୀ ଏଥିରେ ଶୋଇବା ଦ୍ବାରା ସେମାନଙ୍କର ଚର୍ମ ରୋଗ ହେଉଛି। ତା ‌ସତ୍ତ୍ବେ ବି ଆମ କଥାକୁ ନଜର ଅନ୍ଦାଜ କରାଯାଇଥିବା ନର୍ସ ଜଣକ କହିଛନ୍ତି।

ତାଙ୍କ କହିବା କଥା ହେଲ ସେ ଲିଖିତ କିମ୍ବା ମେଲ୍‌ ଆକାରରେ କୌଣସି ଅଭିଯୋଗ କିମ୍ବା ଅନୁରୋଧ କରିନାହାନ୍ତି। କର୍ତ୍ତୃପକ୍ଷଙ୍କୁ ସାମ୍ନା ସାମ୍ନି ଦେଖା ହୋଇ ସେ ଗଦି ବଦଳାଇବାକୁ କହିଥିଲେ, ମାତ୍ର କର୍ତ୍ତୃପକ୍ଷ ଶୁଣିନାହାନ୍ତି।

ଏହି ଘଟଣା ପୂର୍ବରୁ ଆଉ ଗୋଟେ ବି ସେପରି ଘଟଣା ଘଟିିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ୨ ଦିନ ତଳେ ବାବା ଫରିଦ ୟୁନିଭରସିଟି ଅଫ୍‌ ହେଲ୍‌ଥ ସାଇନ୍ସର ଭାଇସ୍‌-ଚାନ୍ସଲର୍‌ ଡକ୍ଟର ରାଜ୍‌ ବାହାଦୁର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ତାଙ୍କ ହସ୍ପିଟାଲ୍‌କୁ ପରିଦର୍ଶନରେ ଆସି ମଇଳା ଗଦିରେ ତାଙ୍କୁ ଶୋଇବାକୁ କହିବା ପରେ ସେ ଅପମାନିତ ହୋଇ ଇସ୍ତଫା ଦେଇଥିବା ଅଭିଯୋଗ ଆଣିଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe