The Irrawaddy
ନୂଆଦିଲ୍ଲୀ: ‘ସମଲିଙ୍ଗୀ ବିବାହ’ କଦାପି ଅନୁମତିପ୍ରାପ୍ତ ନୁହେଁ। କାରଣ ଏହା ଆମ ସମାଜିକ ମୂଲ୍ୟବୋଧ ଓ ଆଇନ୍ ବ୍ୟବସ୍ଥା ଦ୍ବାରା ସ୍ବୀକୃତିପ୍ରାପ୍ତ ନୁହେଁ।’ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କୁ ଏପରି କହିଛନ୍ତି କେନ୍ଦ୍ର ସରକାର।
ହିନ୍ଦୁ ବିବାହ ଆଇନ (ଏଚଏମଏ) ଏବଂ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ଆଇନ୍ରେ ଅନ୍ତର୍ଭୁକ୍ତ କରିବାକୁ ଏକ ଜନସ୍ବାର୍ଥ ମାମଲା ଆଗତ ହୋଇଥିଲା। ଏହି ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ (ଏସଜି) ତୁଷାର ମେହେଟ୍ଟାଙ୍କୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ପ୍ରତୀକ ଜାଲାନଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ମତ ପ୍ରକାଶ କରିଥିଲେ ଯେ ଯେହେତୁ ଦୁନିଆ ବଦଳୁଛି ସେହି ଦୃଷ୍ଟିରୁ ସମଲିଙ୍ଗୀ ବିବାହକୁ ଗ୍ରହଣ କରିବା ଉଚିତ କି ? ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରକାଶ କରିବାକୁ କହିଥିଲେ।
Fair Observerଏହାର ଉତ୍ତରରେ ସଲିସିଟର ଜେନେରାଲ୍ ମେହେଟ୍ଟା କହିଛନ୍ତି, ‘ଏହି ବିବାହକୁ ଆଇନ୍ ଅନ୍ତର୍ଭୁକ୍ତ କରିହେବ ନାହିଁ। କାରଣ ଏହା ଆମ ସାମାଜିକ ମୂଲ୍ୟବୋଧ ଓ ଆଇନ୍ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି।’ ଏହି ମାମଲାରେ ଦୁଇଟି ପ୍ରସଂଗକୁ ନେଇ ଆବେଦନ ହୋଇଛି। ପ୍ରଥମତଃ ଏକ ନୂତନ ଆଇନ୍ ପ୍ରଣୟନ ପାଇଁ କୋର୍ଟକୁ ଅନୁରୋଧ କରାଯାଇଛି ଓ ଦ୍ବିତୀୟରେ ପୂର୍ବ ଆଇନ୍ଗୁଡ଼ିକୁ ଅତିକ୍ରମ କରିବାକୁ କୁହାଯାଇଛି। ତେଣୁ ଆଇନଗତ ଦୃଷ୍ଟିରୁ ଏହା ଗ୍ରହଣୀୟ ହୋଇପାରିବ ନାହିଁ। ’
Follow Us