ଲୋକସଭାରେ ସମଲିଙ୍ଗୀ ସୁରକ୍ଷା ବିଲ୍‌ ଗୃହୀତ

Advertisment

ଆଗତ ହେଲା ତିନି ତଲାକ୍‌ ବିଲ୍‌

ଆଗତ ହେଲା ତିନି ତଲାକ୍‌ ବିଲ୍‌

୩୭୦ ଉଚ୍ଛେଦ ପରେ ସାରା ଦେଶ କଶ୍ମୀରମନସ୍କ : ୨୪ ଘଣ୍ଟାରେ ଉଭୟ ଗୃହରେ ଲାଗିଲା ମୋହର

ନୂଆଦିଲ୍ଲୀ: ଲୋକସଭାରେ ଆଜି ପ୍ରବଳ ହଟ୍ଟଗୋଳ ମଧ୍ୟରେ ସମଲିଙ୍ଗୀ ସୁରକ୍ଷା ଅଧିକାର ବିଲ୍‌-୨୦୧୬କୁ ଗୃହୀତ କରାଯାଇଛି। ତୃତୀୟ ଥର ପାଇଁ ଆଜି କେନ୍ଦ୍ର ମନ୍ତ୍ରୀ ଥାୱର ଚନ୍ଦ୍‌ ଗେହଲଟ୍‌ଙ୍କ ଦ୍ବାରା ଏହି ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା। ପୂର୍ବରୁ ଏହି ବିଲ୍‌କୁ ନେଇ ଅନେକ ଆଲୋଚନା ହୋଇଛି। ତେଣୁ ଏହି ବିଲ୍‌ଟିକୁ ଗୃହୀତ କରିବାପାଇଁ ସେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ହେଲେ ବିଲ୍‌ରେ ଥିବା କିଛି ବିସଙ୍ଗତି ଉପରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସିପିଆଇ(ଏମ୍‌), ଏନ୍‌ସିପି, ବିଜେଡି ଆପତ୍ତି ଉଠାଇବା ସହ ବିଲ୍‌ର ଅନେକ ବ୍ୟବସ୍ଥାରେ ସହମତ ହୋଇନଥିଲେ। ଆଜି ଆଲୋଚନା ବେଳେ ଲୋକସଭାରେ ବିଜେଡି ନେତା ଭର୍ତ୍ତୃହରି ମହତାବ କହିଥିଲେ ଯେ ଯଦି କୌଣସି ବ୍ୟକ୍ତି ନିଜକୁ ସମଲିଙ୍ଗୀ ବୋଲି ବିବେଚନା କରୁଛି ଏବଂ ତାକୁ ଜିଲ୍ଲା ସ୍ତରୀୟ ସ୍କ୍ରିନିଂ କମିଟି ସମଲିଙ୍ଗୀ ବୋଲି ସ୍ବୀକାର ନକରି ନାକଚ କରିଦେଉଛି କିମ୍ବା ସାର୍ଟିଫିକେଟ୍‌ ପ୍ରଦାନ କରୁନାହିଁ ତେବେ ସେହି ବ୍ୟକ୍ତିଙ୍କୁ ପୁନର୍ବିଚାର ପାଇଁ ଆବେଦନ କରିବାର କୌଣସି ବ୍ୟବସ୍ଥା ବିଲ୍‌ରେ ନାହିଁ ଏବଂ ବିଲ୍‌ରେ ସମଲିଙ୍ଗୀଙ୍କୁ ଯେଭଳି ବର୍ଣ୍ଣନା କରାଯାଇଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଆଜି ଲୋକସଭାରେ ମୁସଲିମ୍‌ ମହିଳାଙ୍କ (ବିବାହ ଅଧିକାର ସଂରକ୍ଷଣ) ବିଲ୍‌ ୨୦୧୮ ତଥା ତିନି ତଲାକ୍‌ ବିଲ୍‌ ଆଗତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍‌କୁ ଲୋକସଭାରେ ଆଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe