ମର୍ସିଡିଜ ଓ କ୍ଷୀର ଉପରେ ଏକ ପ୍ରକାର ଟିକସ ଲାଗୁ କରାଯାଇପାରିବ ନାହିଁ: ମୋଦି

‘ଜିଏସ୍‌ଟି’ ପ୍ରଥମ ବର୍ଷ ପୂର୍ତ୍ତି

ମର୍ସିଡିଜ ଓ କ୍ଷୀର ଉପରେ ଏକ ପ୍ରକାର ଟିକସ ଲାଗୁ କରାଯାଇପାରିବ ନାହିଁ: ମୋଦି

ନୂଆଦିଲ୍ଲୀ: ମର୍ସିଡିଜ ଓ କ୍ଷୀର ଉପରେ ଏକ ପ୍ରକାର ଟିକସ ଲାଗୁ କରାଯାଇପାରିବ ନାହିଁ। ଜିଏସ୍‌ଟି ଲାଗୁ ହେବାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏକ ପତ୍ରିକାକୁ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ଜିଏସ୍‌ଟି ଉପରେ ଏକ ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି, ମର୍ସିଡିଜ ଓ କ୍ଷୀର ଉପରେ ଏକ ପ୍ରକାର ଟିକସ ଲଗାଯାଇପାରିବ ନାହିଁ। ଆମର କଂଗ୍ରେସ ବନ୍ଧୁ ମାନେ କହୁନ୍ତି, ଏକ ପ୍ରକାରର ଟିକସ ବ୍ୟବସ୍ଥା କରାଯାଉ। ଏହାର ଅର୍ଥ ଖାଇବା ପିଇବା ଓ ଅନ୍ୟ ଜିନିଷ ଉପରେ ମଧ୍ୟ ୧୮ ପ୍ରତିଶତ ଟିକସ ଲଗାଯାଉ। ବର୍ତ୍ତମାନ ଏହିସବୁ ଜିନିଷରେ ୦ରୁ ୫ ପ୍ରତିଶତ ଟିକସ ସ୍ଲାବ ରହିଛି।

ପତ୍ରିକା ପକ୍ଷରୁ ମୋଦିଙ୍କୁ ପଚରାଯାଇଥିଲା ଯେ, ଆବଣ ଏମ ବର୍ଷ ପୂର୍ବରୁ ଜିଏସ୍‌ଟି ଲାଗୁ କରିଥିଲେ ଓ ଏହା ଭଲ ଓ ସାଧାରଣ ଟିକସ ବୋଲି କହିଥିଲେ। ଆଲୋଚକମାନେ କହୁଛନ୍ତି, ଏହା ଭଲ ନୁହେଁ। ବାସ୍ତବରେ ଏହା ଏକ ପ୍ରକାରର ଟିକସ ସ୍ଳାବ ହେବା ଦରକାର? ମୋଦି ପ୍ରଶ୍ନର ଉତ୍ତରରେ କହିଛନ୍ତି, ଏକ ପ୍ରକାରର ଟିକସ ସ୍ଲାବ ରଖିବା ସହଜ କିନ୍ତୁ ଆମେ ଖାଇବା ଜିନିଷରେ ଶୂନ୍ୟ ପ୍ରତିଶତ ଟିକସ ସ୍ଲାବ ରଖିପାରିବା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe