ରମଜାନରେ ଉପବାସ ସହ ସମସ୍ତ ମୁସଲିମ ରୀତିନୀତି ଅନୁସରଣ କରନ୍ତି ସମୀର ୱାଙ୍ଖେଡେ: ପୂର୍ବତନ ପତ୍ନୀଙ୍କ ବାପା

Advertisment
ରମଜାନରେ ଉପବାସ ସହ ସମସ୍ତ ମୁସଲିମ ରୀତିନୀତି ଅନୁସରଣ କରନ୍ତି ସମୀର ୱାଙ୍ଖେଡେ: ପୂର୍ବତନ ପତ୍ନୀଙ୍କ ବାପା

ମୁମ୍ବାଇ: ବଢ଼ୁଛି ଏନସିବି ମୁଖ୍ୟ ସମୀର ୱାଙ୍ଖେଡେଙ୍କ ଅଡୁଆ। ଆରୟନଙ୍କୁ ଛାଡ଼ିବା ପାଇଁ ୨୫କୋଟି ଟଙ୍କା ଲାଞ୍ଚ ମାଗିଥିବା ନେଇ ଆରୋପ ଲାଗିବା ସହ ସେ ହିନ୍ଦୁ ନୁହନ୍ତି ବୋଲି ଆରୋପ ଲଗାଇଥିଲେ ନବାବ ମଲିକ। ସମୀର ନିଜର ପରିଚୟ ଲୁଚାଇଥିବା ସହ ସେ ଜଣେ ମୁସଲିମ ବୋଲି କହିଥିଲେ ନବାବ ମଲିକ। ତେବେ ଏଭଳି ଆ‌ରୋପଙ୍କୁ ସମୀର ଖଣ୍ଡନ କରିଥିବା ବେଳେ ଏବେ ତାଙ୍କ ପୂର୍ବତନ ପତ୍ନୀଙ୍କ ବାପା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

publive-image www.indiatoday.in

କିଛି ଦିନ ତଳେ ନବାବ ମଲିକଙ୍କ ଆରୋପର ଜବାବ ଦେବାକୁ ‌ଯାଇ ସମୀର କହିଥିଲେ, ମୋ ବାପା ଜଣେ ହିନ୍ଦୁ ଥିଲେ ଏବଂ ମୋ ମା’ ଜହିଦା ଜଣେ ମୁସଲିମ ଥିଲେ। ମୁଁ ଛୋଟ ବେଳୁ ହିନ୍ଦୁ ଧର୍ମକୁ ମାନି ଆସିଛି। ହେଲେ ଆଜି ତାଙ୍କ ପୂର୍ବତନ ପତ୍ନୀଙ୍କ ବାପା କହିଛନ୍ତି ଯେ, ମୋ ଝିଅ ମୁସଲମାନ ପରିବାରରେ ବିବାହ କରିଥିଲା। ଏହା ଏକ ପ୍ରସ୍ତାବିତ ବିବାହ ଥିଲା। ଆମେ ତିନି ବର୍ଷ ଧରି ଏନେଇ ଆଲୋଚନା କରିଥିଲୁ। ସେବେଠାରୁ ମୁଁ ଦାଉଦ ୱାଙ୍ଖେଡେ ଏବଂ ତାଙ୍କ ପତ୍ନୀଙ୍କୁ ଜାଣିଥିଲି, ଯେଉଁମାନେ ମୁସଲିମ ରୀତିନୀତି ଅନୁସରଣ କରୁଥିଲେ। ଆମେ ଆମ ଝିଅକୁ ଏକ ମୁସଲମାନ ପରିବାରରେ ବିବାହ କରିଥିଲୁ, ହିନ୍ଦୁ ପରିବାରରେ ନୁହେଁ। ସମୀର ୱାଙ୍ଖେଡେ ସମସ୍ତ ମୁସଲମାନ ରୀତିନୀତି ଅନୁସରଣ କରନ୍ତି ଏବଂ ରମଜାନ ସମୟରେ ଉପବାସ କରନ୍ତି। ତାଙ୍କ ମା' ଜଣେ ଧାର୍ମିକ ମହିଳା ଥିଲେ, ହେଲେ ତାଙ୍କ ମୃତ୍ୟୁ ପରେ ସବୁ କିଛି ବଦଳିଗଲା।

publive-image www.indiatoday.in

ତେବେ ପୂର୍ବତନ ପତ୍ନୀଙ୍କ ବାପା ଏଭଳି ବୟାନ ଦେବା ପରେ ଏବେ ସମୀରଙ୍କ ଉପରକୁ ଅନେକ ଆଙ୍ଗୁଳି ଉଠିଛି। ସେ ମିଛ କହିଥିଲେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ସମୀର ଏନେଇ‌ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe