ଆଉ ଦୁଇ ଘଣ୍ଟା ପରେ ସାମୁଏଲ୍ ମିରାଣ୍ଡା ଓ ରିୟାଙ୍କ ଭାଇ ସୌଭିକଙ୍କୁ ଗିରଫ କରିବ ଏନ୍‌ସିବି ; ଔପଚାରିକ ପ୍ରକ୍ରିୟା ଜାରି

Advertisment
ଆଉ ଦୁଇ ଘଣ୍ଟା ପରେ ସାମୁଏଲ୍ ମିରାଣ୍ଡା ଓ ରିୟାଙ୍କ ଭାଇ ସୌଭିକଙ୍କୁ ଗିରଫ କରିବ ଏନ୍‌ସିବି ; ଔପଚାରିକ ପ୍ରକ୍ରିୟା ଜାରି

Image Courtesy of OPIndia

ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଆଜି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିବା ପରେ ନିଶା କାରବାରରେ ସମ୍ପୃକ୍ତି ନେଇ  ଗିରଫ କରିବା ଲାଗି ଔପଚାରିକ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଦୁଇ ଘଣ୍ଟା ପରେ ସେମାନଙ୍କୁ ଗିରଫ କରାଯିବ ବୋଲି ‘ଏନ୍‌ସିବି’ ପକ୍ଷରୁ ସୂଚନା ରହିଛି।

ଦୁହେଁ ନିଶା ଔଷଧ ଯୋଗାଣରେ ସମ୍ପୃକ୍ତ ଥିବା କୁହାଯାଉଛି। ଦୁହିଁଙ୍କୁ ‘ଏନ୍‌ସିବି’ର ମୁମ୍ବାଇ ଅଫିସ୍‌ରେ ପଚରାଉଚୁରା କରାଯାଉଛି। କିଛି ସମୟ ପୂର୍ବରୁ ‘ଏନ୍‌ସିବି’ର ଡେପୁଟି ଡିଜି ମୁଥା ଅଶୋକ ଜୈନ୍ କହିଥିଲେ ଯେ, ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଆମେ ସେମାନଙ୍କ ସହ କଥାବାର୍ତ୍ତା ଓ ପ୍ରମାଣ ମୂଲ୍ୟାୟନ କରୁଛୁ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସମସ୍ତଙ୍କୁ ଜଣାଇ ଦିଆଯିବ।

ଆଜି ‘ଏନ୍‌ସିବି’ ସୌଭିକ ଚକ୍ରବର୍ତ୍ତୀ ଓ ସାମୁଏଲ୍‌ ମିରାଣ୍ଡାଙ୍କ ଘର ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲା। ଏହାପରେ ଅଧିକ ପଚରାଉଚୁରା ଲାଗି ‘ଏନ୍‌ସିବି’ ଦୁହିଁଙ୍କୁ କବଜାକୁ ନେଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe