ଚପଲ ଚୋରି ହେବାରୁ ଥାନାରେ ଏତଲା: ପୁଲିସ କହୁଛି ଖୁବ୍‌ ଶୀଘ୍ର ଧରାପଡ଼ିବ ଅଜ୍ଞାତ ଅଭିଯୁକ୍ତ

Advertisment
ଚପଲ ଚୋରି ହେବାରୁ ଥାନାରେ ଏତଲା: ପୁଲିସ କହୁଛି ଖୁବ୍‌ ଶୀଘ୍ର ଧରାପଡ଼ିବ ଅଜ୍ଞାତ ଅଭିଯୁକ୍ତ

ଚେନ୍ନାଇ: ରବିବାର ଦିନ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଚୋରି ହୋଇ ଯାଇଥିବା ଚପଲ ଉଦ୍ଧାର କରିବା ପାଇଁ ଜଣେ ୫୫ ବର୍ଷିୟ ଚେନ୍ନାଇବାସୀ ପୁଲିସର ସହାୟତା ନେଇଛନ୍ତି। ଅଭିଯୋଗ ପରେ ପୁଲିସ ଅଜ୍ଞାତ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ତଦନ୍ତ ଆରମ୍ଭ କରି ଦେଇଛି।

ରବିବାର ଦିନ ମଧୁମେହ ଚିକିତ୍ସା ନିମନ୍ତେ ରକ୍ତ ପରୀକ୍ଷା କରାଇବାକୁ ତୋଣ୍ଡିଆର୍ପେଟ୍‌ସ୍ଥିତ ଏକ ଲ୍ୟାବ୍‌କୁ ଯାଇଥିଲେ ଚେନ୍ନାଇର ନିୟୁ ଓ୍ଵାସ୍‌ନେର୍ମପେଟ୍‌ବାସୀ ରାଜେଶ ଗୁପ୍ତ। ପରୀକ୍ଷା ପରେ ଲ୍ୟାବ୍‌ରୁ ପଦାକୁ ଆସି ଦେଖିଲେ ରଖିଥିବା ସ୍ଥାନରେ ତାଙ୍କ ଚପଲ ନାହିଁ।

ଘଟନାରେ ବିବ୍ରତ ହୋଇ ପୁଲିସ୍‌ରେ ଜଣାଇବା ପାଇଁ ଠିକ୍‌ କରିବା ପରେ ରାଜେଶ ବିଳମ୍ବିତ ରାତ୍ରୀରେ ତୋଣ୍ଡିଆର୍ପେଟ୍‌ ଥାନାକୁ ଗଲେ।

ଅଭିଯୋଗ ପତ୍ରରେ ରାଜେଶ ଉଲ୍ଲେଖ କରିଥିଲେ କି, ଗତ ବୁଧବାର ଦିନ ୮୦୦ ଟଙ୍କା ବିନିମୟରେ ସେ ଚପଲ ଖରିଦ କରିଥିଲେ।

ତାଙ୍କ ଭାଷାରେ: ଚପଲ କିଣାରେ ମୁଁ ୮୦୦ ଟଙ୍କା ବ୍ୟୟ କରିଛି। ଯେ ହେତୁ ମୁଁ ପ୍ରାୟ ନୂଆ ଚପଲ ବ୍ୟବହାର କରେ ନାହିଁ, ମୁଁ ଚୋରି ସହ୍ୟ କରି ପାରୁନାହିଁ।

ଅଭିଯୋଗ ପରେ, ତୋଣ୍ଡିଆର୍ପେଟ୍‌ ପୁଲିସ ତାଙ୍କୁ କମ୍ୟୁନିଟି ସର୍ଭିସ୍‌ ରିସିପ୍‌ଟ୍‌ (ସିଏସ୍‌ଆର୍‌) ଦେଇ ତଦନ୍ତ ଆରମ୍ଭ କରିଛି।

ଜଣେ ପୁଲିସ ଅଧିକାରୀ କହନ୍ତି: ଛାର ଚପଲ ବିଚାରି ଆମେ ମାମଲାଟିକୁ ଛାଡ଼ି ପାରିଲୁ ନାହିଁ। ଆମେ ତଦନ୍ତ ଆରମ୍ଭ କରିଛୁ। ଏ ପର୍ଯ୍ୟନ୍ତ ଆମେ ଡାକ୍ତରଖାନା କର୍ମଚାରୀ, ନିରାପତ୍ତା କର୍ମଚାରୀ, ଆସିଥିବା ରୋଗୀ ଏବଂ ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା କରି ସାରିଛୁ। ଖୁବ୍‌ ଶୀଘ୍ର ଅଭିଯୁକ୍ତକୁ ଧରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe