ତେଲେଙ୍ଗାନା ଫାର୍ମା କମ୍ପାନିରେ ବିସ୍ଫୋରଣ ଘଟଣା: ପ୍ରାଣ ହରାଇଲେଣି ୩୪ ଜଣ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା..

ଗତକାଲି ତେଲେଙ୍ଗାନାର ପାଶାମିଲାରାମ ସ୍ଥିତ ଫାର୍ମା କମ୍ପାନି ସିଗାଚି ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ପ୍ରାଥମିକ ଅବସ୍ଥାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୪ ଜଣ  ଆହତ ହୋଇଥିଲେ । ମାତ୍ର ଏବେ ମୃତ୍ୟୁ ସଂଖ୍ଯା ବୃଦ୍ଧି ପାଇ ୩୪ରେ ପହଞ୍ଚିଛି..

34 dead

ହାଇଦ୍ରାବାଦ: ତେଲେଙ୍ଗାନା ଫାର୍ମା କମ୍ପାନିରେ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ପୂର୍ବରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ବଢି ୩୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ସାଙ୍ଗାରେଡ୍ଡୀ ଏସପି ପରିତୋଷ ପଙ୍କଜ । ତେବେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଗତକାଲି ତେଲେଙ୍ଗାନାର ପାଶାମିଲାରାମ ସ୍ଥିତ ଫାର୍ମା କମ୍ପାନି ସିଗାଚି ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡରେ ସକାଳ ପ୍ରାୟ ୮ଟା ୧୫ରୁ ୯ଟା ୩୫ ଭିତରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଭୟାବହ ରିଆକ୍ଟର ବିସ୍ଫୋରଣରେ ପ୍ରାଥମିକ ଅବସ୍ଥାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୪ ଜଣ  ଆହତ ହୋଇଥିଲେ । ମାତ୍ର ଏବେ ମୃତ୍ୟୁ ସଂଖ୍ଯା ବୃଦ୍ଧି ପାଇ ୩୪ରେ ପହଞ୍ଚିଛି ।

ବିସ୍ଫୋରଣ ଯୋଗୁଁ କାରଖାନାର ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି। ସକାଳ ୯ଟା ୩୭ ମିନିଟରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିବା ପରେ ବିଭିନ୍ନ ଷ୍ଟେସନରୁ ୧୧ଟି ଦମକଳ ଗାଡ଼ି ପହଞ୍ଚିଥିଲା। ଘଟଣାସ୍ଥଳକୁ ୨ଟି ଅଗ୍ନିଶମ ରୋବୋଟ୍, ବିପର୍ଯ୍ୟୟ ମୁକାବିଲା ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ପଠାଯାଇଥିଲା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ମୃତକଙ୍କ ସଂପର୍କୀୟମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଘୋଷଣା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବା ଏବଂ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe