ସଙ୍ଗୀତ ନାଟକ ଓ ଲଳିତ କଳା ଅକାଦେମି ପୁରସ୍କାର ପ୍ରଦାନ: ଓଡ଼ିଶାରୁ ପାଇଲେ ୪ ଶିଳ୍ପୀ

Advertisment
ସଙ୍ଗୀତ ନାଟକ ଓ ଲଳିତ କଳା ଅକାଦେମି ପୁରସ୍କାର ପ୍ରଦାନ: ଓଡ଼ିଶାରୁ ପାଇଲେ ୪ ଶିଳ୍ପୀ

ନୂଆଦିଲ୍ଲୀ: ୨୦୧୮ର ଜାତୀୟ ସଙ୍ଗୀତ ନାଟକ ଅକାଦେମି ଫେଲୋସିପ୍‌ ଓ ପୁରସ୍କାର ଏବଂ ୨୦୨୧ର ଲଳିତ କଳା ଅକାଦେମି ‌ଫେଲୋସିପ୍‌ ଓ ପୁରସ୍କାର ଆଜି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆଜି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡ଼ୁ ପୁରସ୍କାର ପ୍ରଦାନ କରିଥିଲେ। ସଙ୍ଗୀତ, ନୃତ୍ୟ, ମଞ୍ଚ ନାଟକ, ପାରମ୍ପରିକ ଲୋକ ସଂଗୀତ, ଆଦିବାସୀ ନୃତ୍ୟ ଆଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ୪୪ କଳାକାରଙ୍କୁ ସଙ୍ଗୀତ ନାଟକ ଅକାଦେମି ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିରେ ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନଙ୍କୁ ୨୦୧୮ର ସଙ୍ଗୀତ ନାଟକ ଅକାଦେମି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଓ ଦିଗବିଜୟୀ ଖଟୁଆଙ୍କ ସମେତ ୨୦ ଜଣ ଶିଳ୍ପୀଙ୍କୁ ୨୦୨୧ର ଲଳିତ କଳା ଅକାଦେମି ପୁରସ୍କାର ଉପରାଷ୍ଟ୍ରପତି ପ୍ରଦାନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷନ ‌ରେଡ୍ଡି, ସଙ୍ଗୀତ ନାଟକ ଓ ଲଳିତ କଳା ଅକା‌ଦେମିର ଅଧ୍ୟକ୍ଷା ଉମା ନନ୍ଦୁରୀ, ସଙ୍ଗୀତ ନାଟକ ଅକାଦେମିର ସଚିବ ତେମସୁନାରୋ ଜମିର, ଲଳିତ କଳା ଅକାଦେମିର ସଚିବ ରାମକୃଷ୍ଣ ଭେଦାଲା, କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସଂଯୁକ୍ତା ମୁଦଗଲ ତଥା ସଂସ୍କୃତି ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe