ତାଜମହଲ ସମ୍ପର୍କରେ ସଂଗୀତ ସୋମଙ୍କ ବିବାଦୀୟ ବୟାନ

Advertisment

କୈଫିୟତ ତଲବ କଲା ବିଜେପି

କୈଫିୟତ ତଲବ କଲା ବିଜେପି

ତାଜମହଲ ସମ୍ପର୍କରେ ସଂଗୀତ ସୋମଙ୍କ ବିବାଦୀୟ ବୟାନ

ଆଗ୍ରା: ବିଶ୍ୱପ୍ରସିଦ୍ଧ ଭାରତୀୟ ସ୍ମାରକୀ ତଥା ପର୍ଯ୍ୟଟନସ୍ଥଳୀ ଉତ୍ତର ପ୍ରଦେଶର ଆଗ୍ରା ସ୍ଥିତ ତାଜମହଲ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ସଂଗୀତ ସୋମଙ୍କୁ ଆଜି ଦଳ କୈଫିୟତ ତଲବ କରିଛି। କେଉଁ ପରିସ୍ଥିତିରେ ଏବଂ ଉଦ୍ଦେଶ୍ୟରେ ସେ ଏଭଳି ଟିପ୍ପଣୀ ଦେଇ ବିବାଦର ଝଡ଼ ସୃଷ୍ଟି କଲେ ବୋଲି ସାରଧାନା ବିଧାୟକ ସୋମଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାରଣ ଦର୍ଶାଇବାକୁ କହିଛନ୍ତି।

ସୋମବାର ମିରଟରେ ଏକ ସଭାରେ ଉଦ୍‌୍‌ବୋଧନ ଦେଇ ସଙ୍ଗୀତ ସୋମ କହିଥିଲେ ଯେ ତାଜମହଲର ନିର୍ମାତା ହିନ୍ଦୁମାନଙ୍କୁ ନିପାତ କରିବାକୁ ଚାହୁଥିଲେ। ତେଣୁ ହିନ୍ଦୁଙ୍କୁ ମୂଳପୋଛ କରିବାକୁ ଚାହୁଥିବା ଲୋକଙ୍କୁ ଇତିହାସରେ ପ୍ରାଧାନ୍ୟ ଦିଆଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହଥିଲେ। ତେବେ ସୋମଙ୍କ ଏଭଳି ବୟାନ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା ଆଣିଥିଲା। ତେବେ ତାହା ସୋମଙ୍କର ବ୍ୟକ୍ତିଗତ ମତ ଏବଂ ସେଥିରେ ଦଳର କୌଣସି ଭୂମିକା ନାହିଁ କହି ବିଜେପି ଦୂରେଇ ରହିଥିଲା। ମାତ୍ର ଏହାଦ୍ୱାରା ଦଳର ଲୋକପ୍ରିୟତାରେ କ୍ଷତି ହେଉଥିବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଗତକାଲିି ଭାବପ୍ରବଣତା ଦ୍ୱାରା କିଛି ଉପଶମ କରିବାକୁ ଚେଷ୍ଟା କରିିଥିଲେ। ଭାରତୀୟ ଶ୍ରମିକଙ୍କ ଲହୁ ଆଉ ଲୁହରେ ହିଁ ତାଜମହଲ ନିର୍ମିତ ବୋଲି ଆଦିତ୍ୟନାଥ କହିବା ସହ ଆସନ୍ତା ୨୬ ତାରିଖରେ ସେ ତାଜମହଲ ପରିଦର୍ଶନରେ ଯିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ତେବେ ଦଳ ପାଇଁ ଅଯଥାରେ ଏଭଳି ଅପ୍ରୀତିକର ପରିସ୍ଥିତିକୁ ଆହ୍ଵାନ କରିଥିବା ସୋମଙ୍କର ଏହି ବୟାନ ପାଇଁ ତାଙ୍କୁ କୈଫିୟତ ମଗାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe