ସୁପ୍ରିମକୋର୍ଟ ପରିସରରେ ଲାଗିବ ସାନିଟାରି ନ୍ୟାପକିନ୍‌ ଭେଣ୍ଡିଙ୍ଗ୍‌ ମେସିନ୍‌

Advertisment
ସୁପ୍ରିମକୋର୍ଟ ପରିସରରେ ଲାଗିବ ସାନିଟାରି ନ୍ୟାପକିନ୍‌ ଭେଣ୍ଡିଙ୍ଗ୍‌ ମେସିନ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପରିସରରେ ତିନିଟି ସାନିଟାରି ନ୍ୟାପକିନ୍‌ ଭେଣ୍ଡିଙ୍ଗ୍‌ ମେସିନ୍‌ ଲଗାଇବା ଓ ବ୍ୟବହାର ହୋଇଥିବା ପ୍ୟାଡ୍‌ ଫିଙ୍ଗିବା ପାଇଁ ଅନୁମତି ମିଳିଛି । ଏଥିପାଇଁ ଅଦାଲତ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି।

ଓକିଲ ନନ୍ଦିନୀ ଗୌରୀ ଉଚ୍ଚତମ ନ୍ୟାୟାଳୟରେ ଆଗାମୀ ଦିନରେ ମହିଳାମାନଙ୍କ ଅସୁବିଧା ନେଇ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ନ୍ୟାୟାଳୟ ଏହିି ଶୁଣାଣି କରିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କୋର୍ଟ ରେଜିଷ୍ଟ୍ରାରଙ୍କୁ ତାଙ୍କ ପାଖରେ ଜମା ୧.୪କୋଟି ଟଙ୍କାର ଧନରାଶିରୁ ଏହା ଆବଣ୍ଟନ କରିବା ପାଇଁ କହିଛନ୍ତି। ଗୁରୁଗ୍ରାମସ୍ଥିତ ଦୁଇଜଣ ଚିକିତ୍ସକ ଏହି ଧନ ରାଶି ଜମା କରିଥିଲେ। ଏହି ଦୁହିଁଙ୍କୁ ହରିୟାଣା ଫେରାର ହୋଇଥିବା ପୂର୍ବତନ ବିଧାୟକଙ୍କୁ ଲୁଚାଇ ରଖିବା ନେଇ ଦୋଷୀସାବ୍ୟସ୍ତ କରାଯାଇଥିଲା।

ଅନ୍ୟପକ୍ଷରେ ଏହି ଖଣ୍ଡପୀଠରେ ଦୀପକ ମିଶ୍ର ସୁପ୍ରିମକୋର୍ଟ ବାର ଆସୋସିଏସନ୍‌କୁ ୮୦ଲକ୍ଷ ଟଙ୍କାର ପ୍ରଦାନ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe