ମହାରାଷ୍ଟ୍ରର ଜେଲ୍‌ଗୁଡ଼ିକରେ ଇନ୍‌ଷ୍ଟଲ୍‌ କରାଯିବ ସାନିଟାରି ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌

Advertisment
ମହାରାଷ୍ଟ୍ରର ଜେଲ୍‌ଗୁଡ଼ିକରେ ଇନ୍‌ଷ୍ଟଲ୍‌ କରାଯିବ ସାନିଟାରି ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟ ମହିଳା କମିସନ୍‌ ଏକ ନୂତନ ପଦକ୍ଷେପ ନେଇଛି। ଏଣିକି ମହାରାଷ୍ଟ୍ରର ଜେଲ୍‌ମାନଙ୍କରେ ମହିଳାମାନଙ୍କ ସୁବିଧା ପାଇଁ ସାନିଟାରି ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌ ଇନ୍‌ଷ୍ଟଲ୍‌ କରାଯିବ। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରର ନଅଟି ଜେଲ୍‌ରେ ଏହି ଭେଣ୍ଡିଂ ମେସିନ୍‌ ଲଗାଯାଇଛି ବୋଲି ସୂଚନା ରହିଛି

ମୁମ୍ବାଇର ଏକ ଜେଲ୍‌ ମଧ୍ୟରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିବା ପରେ ରାଜ୍ୟର ମହିଳା କମିସନ୍‌ ଦ୍ୱାରା ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଗଠନ କରାଯାଇଥିଲା। ଏହି ଦଳ ଗଠନ କରାଯାଇ ଜେଲ୍‌ ମଧ୍ୟରେ କଏଦୀମାନଙ୍କର ଖାଦ୍ୟ, ପାନୀୟ, ସ୍ୱଚ୍ଛତା ଆଦି ତଦାରଖ କରାଯିବାର ନିଷ୍ପତ୍ତି ନିଆଯାଇଥିଲା।

publive-image

ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦର ରିପୋର୍ଟ ପ୍ରଦାନ କରିଛନ୍ତି ଯେ ମହାରାଷ୍ଟ୍ରର ୯ଟି ଜେଲ୍‌ ମଧ୍ୟରେ ସାନିଟାରି ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌ ଇନ୍‌ଷ୍ଟଲ୍‌ କରାଯିବା ଜରୁରୀ। ଫଳରେ ଜେଲ୍‌ ଭିତରେ ଥିବା ମହିଳାମାନେ ଆଉ ସେମାନଙ୍କର ମାସିକଧର୍ମ ସମୟରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ଏହି ମେସିନ୍‌ ବାବଦରେ ଯାହା ଅର୍ଥ ଲାଗିବ ତାହାକୁ ଜେଲ୍‌ କର୍ତ୍ତୃପକ୍ଷ ବହନ କରିବେ ବୋଲି ସୂଚନା ରହିଛି। ତାହା ଜେଲ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ଯେ ସେମାନେ ଜେଲ୍‌ ମଧ୍ୟରେ ସାଧାରଣ ଦରରେ ପ୍ୟାଡ୍‌ ଦେବେ କିମ୍ବା ମାଗଣାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe