ହସ୍ପିଟାଲ୍‌ର ପରିମଳ କର୍ମଚାରୀ ଓ ସହାୟକମାନଙ୍କ କ୍ଷେତ୍ରରେ ଅଧିକ କରୋନା ସଂକ୍ରମଣର ଆଶଙ୍କା ରହିଛି: ଏମ୍‌ସ ସର୍ଭେ

Advertisment
ହସ୍ପିଟାଲ୍‌ର ପରିମଳ କର୍ମଚାରୀ ଓ ସହାୟକମାନଙ୍କ କ୍ଷେତ୍ରରେ ଅଧିକ କରୋନା ସଂକ୍ରମଣର ଆଶଙ୍କା ରହିଛି: ଏମ୍‌ସ ସର୍ଭେ

www.newindianexpress.com

ନୂଆଦିଲ୍ଳୀ: କରୋନା ଭାଇରସ୍‌ ପ୍ରତ୍ୟେକ ଲୋକ ପାଇଁ ଏକ ଭୟର କାରଣ ପାଲଟିଛି। ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବିଶେଷ କରି ହସ୍ପିଟାଲ୍‌ର ପରିମଳ କର୍ମଚାରୀ ଓ ରୋଗୀଙ୍କ ସହାୟକମାନେ ସର୍ବାଧିକ ଭାବେ କୋଭିଡ୍‌-୧୯ ସଂକ୍ରମଣର ଶିକାର ହେଉଛନ୍ତି।  

‘ହେଲ୍‌ଥ କେୟାର ୱାର୍କସ ଏକ୍ସପୋଜ୍‌ଡ ଟୁ କୋଭିଡ୍‌-୧୯ କେସେସ୍‌ ଏଭିଡେନ୍ସ ଫ୍ରମ୍‌ ଏ ଟେରିଟୋରି ହେଲ୍‌ଥ କେୟାର୍‌ ସେଣ୍ଟର୍‌ ଇନ୍‌ ଇଣ୍ଡିଆ’ ଶୀର୍ଷକରେ ହୋଇଥିବା ଏହି ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏପ୍ରିଲ୍‌ ୧୧ରୁ ଜୁନ୍‌ ୮ ତାରିଖ ମଧ୍ୟରେ ଏମସରେ ସମୁଦାୟ ୩୨୧ଟି ପଜିଟିଭ୍‌ ମାମଲା ରିପୋର୍ଟ ହୋଇଛି।

କରୋନା ପଜିଟିଭ୍‌ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ପରିମଳ କର୍ମଚାରୀ ସର୍ବାଧିକ ୩୫.୩ ପ୍ରତିଶତ ସଂକ୍ରମିତ ଚିହ୍ନଟ ‌ହୋଇଥିବା ବେଳେ ୧୭.୨ ପ୍ରତିଶତ ନର୍ସ ଓ ୧୩.୩ ପ୍ରତିଶତ ସୁରକ୍ଷା କର୍ମୀ କରୋନା ପଜିଟିଭ୍‌ ବୋଲି ଜାଣିବାକୁ ମିଳିଥିଲା।

publive-image Times of India

ମାତ୍ର ୧୨ ପ୍ରତିଶତ ଡାକ୍ତର ଏବଂ ଲାବୋରେଟୋରୀ କର୍ମଚାରୀମାନେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫.୫ ପ୍ରତିଶତ ପ୍ରଶାସନିକ କର୍ମଚାରୀ ଓ ଅନ୍ୟାନ୍ୟ ଶ୍ରମିକ ସଂକ୍ରମିତ ଚିହ୍ନଟ ହୋଇଥି‌ଲେ।

ଏହି ଗବେଷଣାରେ ସାମିଲ୍‌ ଥିବା ଜଣେ ଗବେଷକଙ୍କ କହିବାନୁସାରେ, ‘ପରିମଳ କର୍ମଚାରୀ ଏବଂ ୱାର୍ଡବୟମାନଙ୍କୁ ନିମ୍ନମାନର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ କିଟ୍‌) ପ୍ରଦାନ କରାଯାଉଥିବା କାରଣରୁ ସେମାନଙ୍କ ମଧ୍ୟ‌ରୁ ବେଶି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe