ଆଇଟିବିପି ଡିଜି ସଞ୍ଜୟ ଆରୋରା ଦିଲ୍ଲୀ ପୁଲିସ କମିସନର ନିଯୁକ୍ତ

Advertisment
ଆଇଟିବିପି ଡିଜି ସଞ୍ଜୟ ଆରୋରା ଦିଲ୍ଲୀ ପୁଲିସ କମିସନର ନିଯୁକ୍ତ

ନୂଆଦିଲ୍ଲୀ : ତାମିଲନାଡ଼ୁ କ୍ୟାଡରର ୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ ଆରୋରାଙ୍କୁ ଦିଲ୍ଲୀର ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୁଜରାଟ କ୍ୟାଡର ଆଇପିଏସ୍ ଅଫିସର ରାକେଶ ଆସ୍ଥାନାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ। ଆରୋରା ବର୍ତ୍ତମାନ ଇଣ୍ଡୋ-ତିବ୍ବତ ବର୍ଡର ପୁଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ (ଡିଜି) ଅଛନ୍ତି। ଆସନ୍ତାକାଲି (ସୋମବାର) ସେ ନୂଆ ପଦରେ କାର୍ଯ୍ୟାରମ୍ଭ କରିବେ। ସଂଜୟ ଆରୋରା ରାଜସ୍ଥାନର ଜୟପୁର ବାସିନ୍ଦା। ୧୯୮୮ରେ ଆଇପିଏସ୍‌ ଅଫିସର ହେବାପରେ ସେ ତାମିଲନାଡ଼ୁର ବିଭିନ୍ନ ଜିଲ୍ଲାରେ ଏସ୍‌ପି ରହିଥିଲେ। ଏହାପରେ ସ୍ପେସାଲ ଟାସ୍କ ଫୋର୍ସ‌୍‌ର ନେତୃତ୍ବ ନେଇଥିଲେ। ୩୧ ଅଗଷ୍ଟ, ୨୦୨୧ରେ ତାଙ୍କୁ ଆଇଟିବିପି ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe