Advertisment

ମହାରାଜ ଫିଲ୍ମକୁ ଆସିଲେ ଆଜିକାଲିକା କଳାକାର ଫିକା ପଡ଼ିଯିବେ : ସଞ୍ଜୟ ଦତ୍ତ

Advertisment

ସଞ୍ଜୟ ଦତ୍ତ ହିନ୍ଦୁ ଏକତା ଯାତ୍ରାର ଅଂଶ ହୋଇଥିବାରୁ ଗର୍ବ ଅନୁଭବ କରୁଥିବା କହିଥିଲେ। ଏହି ଯାତ୍ରା ବହୁତ ସଚେତନତା ଆଣିବ ଏବଂ ମହାରାଜ ଧୀରେନ୍ଦ୍ର ଶାସ୍ତ୍ରୀ ବହୁତ ଭଲ କାମ କରୁଛନ୍ତି ବୋଲି କହିଥିଲେ ସେ।

ସଞ୍ଜୟ ଦତ୍ତ ହିନ୍ଦୁ ଏକତା ଯାତ୍ରାର ଅଂଶ ହୋଇଥିବାରୁ ଗର୍ବ ଅନୁଭବ କରୁଥିବା କହିଥିଲେ। ଏହି ଯାତ୍ରା ବହୁତ ସଚେତନତା ଆଣିବ ଏବଂ ମହାରାଜ ଧୀରେନ୍ଦ୍ର ଶାସ୍ତ୍ରୀ ବହୁତ ଭଲ କାମ କରୁଛନ୍ତି ବୋଲି କହିଥିଲେ ସେ।

tdhirendras

ଝାନ୍ସି: ବାଗେଶ୍ୱର ଧାମର ପୀଠାଧିଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ହିନ୍ଦୁ ଏକତା ଯାତ୍ରା କରୁଛନ୍ତି। ୬ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା‌ ଏବେ ଉତ୍ତରପ୍ରଦେଶର ଝାନ୍ସିରେ ପହଞ୍ଚିଛି। ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ବାବାଙ୍କ ଏହି ଯାତ୍ରାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ଦି ଗ୍ରେଟ୍ ଖଲି ମଧ୍ୟ ଭାଗ ନେଇସାରିଛନ୍ତି | ଏହା ବ୍ୟତୀତ ବିଜେପି ସାଧାରଣ ସମ୍ପାଦକ କୈଲାଶ ବିଜୟବର୍ଗିୟ, ବିଜେପି ବିଧାୟକ ରାଜେଶ୍ୱର ଶର୍ମା ଏବଂ କଂଗ୍ରେସ ବିଧାୟକ ଜୟବର୍ଦ୍ଧନ ସିଂଙ୍କ ସମେତ ଅନେକ ନେତା ତାଙ୍କ ଯାତ୍ରାକୁ ସମର୍ଥନ କରିଛନ୍ତି।

ତେବେ ସଞ୍ଜୟ ଦତ୍ତ ଯାତ୍ରାରେ ସାମିଲ ହୋଇ କହିଥିବା କଥା ଏବେ ଭାଇରାଲ ହେଉଛି। ସେ କହିଥିଲେ ଯେ, "ଏହି ଯାତ୍ରା ଲୋକଙ୍କ ମଧ୍ୟରେ ବହୁତ ସଚେତନତା ଆଣିବ ଏବଂ ମହାରାଜ ଧୀରେନ୍ଦ୍ର ଶାସ୍ତ୍ରୀ ବହୁତ ଭଲ କାମ କରୁଛନ୍ତି । ଲୋକଙ୍କ ସହିତ ଯୋଡି ହେଉଛନ୍ତି ଏବଂ ସେମାନଙ୍କୁ ସ‌ଚେତନ କରୁଛନ୍ତି। ଗରିବ ଲୋକଙ୍କୁ ଭେଟି ସେମାନଙ୍କ କଥା ବୁଝୁଛନ୍ତି ମହାରାଜ, ଯାହା କ୍ବଚିତ୍ ଦେଖିବାକୁ ମିଳେ। ସେ ଭଲ କାମ କରୁଛନ୍ତି ବୋଲି ଏତେ ଲୋକ ତାଙ୍କ ସହ ଯୋଡି ହେଉଛନ୍ତି।"

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଫିଲ୍ମ କରାଗଲେ ହିରୋ କିଏ ହେବ ବୋଲି ପଚରାଯିବାରୁ ସଞ୍ଜୟ କହିଥିଲେ, "ମହାରାଜଜୀ ନିଜେ ଜଣେ ସୁପରଷ୍ଟାର, ତାଙ୍କ ଉପରେ କ’ଣ ଆଉ ଫିଲ୍ମ ନିର୍ମାଣ ହେବ? ଯଦି ତାଙ୍କ ଉପରେ ଏକ ଫିଲ୍ମ ତିଆରି ହୁଏ, ତେବେ ସେ ନିଜ ଭୂମିକାରେ ନିଜେ ଅଭିନୟ କରିବେ | ସେ ବହୁତ ସୁନ୍ଦର | ଯଦି ମହାରାଜଜୀ ଚଳଚ୍ଚିତ୍ରକୁ ଆସନ୍ତି, ତେବେ ଯୁବ କଳାକାରମାନେ ଫିକା ପଡ଼ିଯିବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe