ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ୟାନ୍‌ସର

Advertisment
ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ୟାନ୍‌ସର

Oneindia Hindi

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କର ଷ୍ଟେଜ୍‌-୩ ଫୁସ୍‌ଫୁସ୍‌ କ୍ୟାନ୍‌ସର ସଂପର୍କରେ ଜଣା ପଡ଼ିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି ଜଣାପଡ଼ିଛି। ୬୧ ବର୍ଷୀୟ ସଞ୍ଜୟ ଆଜି ନିଜେ ଏ ସଂପର୍କରେ ଟ୍ବିଟ୍‌ କରି ଖବର ଦେବାପରେ ତାଙ୍କ ପ୍ରଶଂସକ ମହଲରେ ଚିନ୍ତା ବଢ଼ିଯାଇଛି। ସୋସିଆଲ ମିଡିଆରେ ସଞ୍ଜୟଙ୍କ ପାଇଁ ପ୍ରାର୍ଥନା ଏବଂ ଆରୋଗ୍ୟ କାମନା କରି ଅନେକ ବାର୍ତ୍ତା ଆସିବାରେ ଲାଗିଛି। ସଞ୍ଜୟ ଏବେ ଚିକିତ୍ସା ପାଇଁ ସୁଟିଂରୁ ଅବ୍ୟାହତି ନେଇଛନ୍ତି।

ସଞ୍ଜୟ ଦତ୍ତଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ ସମସ୍ୟା ଉପୁଜିବାରୁ ଶନିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ମଧ୍ୟ ଆସିଥିଲା। ମାତ୍ର ଆଜି ‌ତାଙ୍କ କ୍ୟାନସର ହୋଇଥିବା ଜଣାପଡ଼ିବା ପରେ ସଞ୍ଜୟଙ୍କ ସହ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଓ ସଲ୍‌ମାନ ଖାନ୍‌ କଥା ହେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସଞ୍ଜୟ କାହା ସହିତ ବି କଥା ହୋଇନଥିବା ତାଙ୍କର ଜଣେ ସହଯୋଗୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe