କେନ୍ଦ୍ରୀୟ ଭିଜିଲାନ୍ସ୍ କମିସନର୍‌ ଭାବେ ନିଯୁକ୍ତି ପାଇଲେ ସଞ୍ଜୟ କୋଠାରି

କେନ୍ଦ୍ରୀୟ ଭିଜିଲାନ୍ସ୍ କମିସନର୍‌ ଭାବେ ନିଯୁକ୍ତି ପାଇଲେ ସଞ୍ଜୟ କୋଠାରି

Image Source: Zee News

ନୂଆଦିଲ୍ଲୀ: ଶନିବାର ଦିନ ସଞ୍ଜୟ କୋଠାରିଙ୍କୁ କେନ୍ଦ୍ରୀୟ ଭିଜିଲାନ୍‌ସ୍ କମିସନର୍ ଭାବେ ନିଯୁକ୍ତି ମିଳିଥିବା କଥା ରାଷ୍ଟ୍ରପତି ଭବନରୁ ଜାରି ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।

୨୦୧୭ ଜୁଲାଇରୁ କୋଠାରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଚୟନ କମିଟିରେ କୋଠାରିଙ୍କ ନାମ ସୁପାରିସ କରାଯାଇଥିଲା।

publive-image Image Source: News18

କଂଗ୍ରେସ କିନ୍ତୁ, ଏହି ମନୋନୟନକୁ ବିରୋଧ କରି କହିଥିଲା ଯେ ଏହା ଅବୈଧ, ବେଆଇନ ଏବଂ ଅସାମ୍ବିଧାନିକ। ଏଭଳି ନିଷ୍ପତ୍ତିକୁ ତୁରନ୍ତ ଖାରଜ କରିବାକୁ କଂଗ୍ରେସ ଦାବି କରିଥିଲା।

ଆଜି ପୂର୍ବାହ୍ନ ୧୦: ୩୦ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସମାରୋହରେ ସଞ୍ଜୟ କୋଠାରିଙ୍କୁ କେନ୍ଦ୍ରୀୟ ଭିଜିଲାନ୍‌ସ୍ କମିସନର୍ ଭାବେ ଶପଥ ପାଠ କରାଯାଇଥିବା କଥା ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତିଙ୍କ ସମ୍ମୁଖରେ ସେ ଏହି କାର୍ଯ୍ୟଭାର ଗ୍ରହଣ କରିବାକୁ ଶପଥ ନେଇଛନ୍ତି।

କେ. ଭି. ଚୌଧୁରୀଙ୍କ କାର୍ଯ୍ୟକାଳ ପୂରିବା ପରେ ଗତବର୍ଷ ଜୁନ୍ ମାସରୁ କେନ୍ଦ୍ରୀୟ ଭିଜିଲାନ୍‌ସ୍ କମିସନ୍ ପଦବୀ ଖାଲି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe