୨.୫ଇଞ୍ଚ ଭିତରକୁ ଛୁରୀ ଗଲା ପରେ ବି ଏତେ ଶୀଘ୍ର ସୁସ୍ଥ କେମିତି ହେଲେ ସୈଫ? ପ୍ରଶ୍ନ କଲେ ଶିବସେନା ନେତା

Advertisment

୨.୫ଇଞ୍ଚ ଭିତରକୁ ଛୁରୀ ଗଲା ପରେ ବି ଏତେ ଶୀଘ୍ର ସୁସ୍ଥ କେମିତି ହେଲେ ସୈଫ ଅଲୀ ଖାନ୍? ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଏକ୍ସରେ ପୋଷ୍ଟ କରି ଏଭଳି ପ୍ରଶ୍ନ କଲେ ଶିବସେନା ନେତା।

୨.୫ଇଞ୍ଚ ଭିତରକୁ ଛୁରୀ ଗଲା ପରେ ବି ଏତେ ଶୀଘ୍ର ସୁସ୍ଥ କେମିତି ହେଲେ ସୈଫ ଅଲୀ ଖାନ୍? ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଏକ୍ସରେ ପୋଷ୍ଟ କରି ଏଭଳି ପ୍ରଶ୍ନ କଲେ ଶିବସେନା ନେତା।

tsaifyuuw

ମୁମ୍ବାଇ: ଆକ୍ରମଣର ୫ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଇଛନ୍ତି ବଲିଉଡ ଷ୍ଟାର ସୈଫ ଅଲୀ ଖାନ୍ । ଜାନୁଆରି ୧୬ ତାରିଖରେ ସୈଫ ଅଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଅଭିନେତାଙ୍କ ଉପରେ ଛଅ ଥର ଆକ୍ରମଣ କରିଥିଲା। ସେବେଠାରୁ ସୈଫ୍ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ଥଲେ। ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ମେରୁଦଣ୍ଡରେ ଲାଗିଥିବା ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡ ମଧ୍ୟ ବାହାର କରିଥିଲେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ମଙ୍ଗଳବାର ସେ ଘରକୁ ଫେରିଛନ୍ତି। ଆକ୍ରମଣ ୫ଦିନ ମଧ୍ୟରେ ସୁସ୍ଥ ହୋଇ ସୈଫ୍ ଘରକୁ ଫେରିବା ଜାଣି ପ୍ରଶ୍ନ ଉଠାଇଛନ୍ତି ଶିବସେନା ନେତା ସଞ୍ଜୟ ନିରୁପମ।

ଶିବସେନା ନେତା ସଞ୍ଜୟ ନିରୁପମ ତାଙ୍କ ଏକ୍ସ ଆକାଉଣ୍ଟରେ ସୈଫ ଅଲ୍ଲୀ ଖାନଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓର କ୍ୟାପସନରେ ଲେଖାଯାଇଛି, "ଡାକ୍ତରମାନେ କହିଥିଲେ ଯେ ଛୁରୀଟି ସୈଫ୍ ଅଲ୍ଲୀ ଖାନଙ୍କ ପିଠିରେ ୨.୫ ଇଞ୍ଚ ଗଭୀରକୁ ପଶିଯାଇଥିଲା। ସମ୍ଭବତଃ ଭିତରେ ପଶି ଯାଇଥିଲା। ଅପରେସନ୍ ଲଗାତାର ଛଅ ଘଣ୍ଟା ଧରି ଚାଲିଥିଲା ​​ଏବଂ ଏସବୁ ଜାନୁଆରି ୧୬ ତାରିଖରେ ଘଟିଥିଲା। ଆଉ ଜାନୁଆରି ୨୧ରେ ତାଙ୍କୁ ଡିସଚାର୍ଜ କରିଦିଆଗଲା। ଡିସଚାର୍ଜ ହେଉ ହେଉ ସେ ଏତେ ଫିଟ୍ ? କେବଳ ପାଞ୍ଚ ଦିନରେ? ବହୁତ ଭଲ।"

ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe