ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ଶିବସେନାରେ କେଁ! ଉଦ୍ଧବଙ୍କ ଘୋଷଣାକୁ ପ୍ରତ୍ୟାଖାନ କଲେ ସଞ୍ଜୟ ରାୱତ୍

Advertisment
ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ଶିବସେନାରେ କେଁ! ଉଦ୍ଧବଙ୍କ ଘୋଷଣାକୁ ପ୍ରତ୍ୟାଖାନ କଲେ ସଞ୍ଜୟ ରାୱତ୍

image source-news18.com

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ୨୫ ବର୍ଷ ଧରି ବିଜେପିର ବନ୍ଧୁ ଥିବା ଶିବସେନା ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି । ତେବେ ଶିବସେନା କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ସେ ନେଇ ଦ୍ୱନ୍ଦ୍ୱ ରହିଛି। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲେ ।

ଶିବସେନା ତରଫରୁ ହୋଇଥିବା ଉତ୍ତରପ୍ରଦେଶ ନିର୍ବାଚନ ନେଇ କାର୍ଯ୍ୟନିର୍ବାହୀ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପକ୍ଷରେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାୱତ କହିଛନ୍ତି ଯେ ଦଳ କେବଳ ୧୦୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଶିବସେନା ସାଂସଦ ସଞ୍ଜୟ ରାୱତ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ଉତ୍ତରପ୍ରଦେଶର ମୋଟ ୪୦୩ଟି ଆସନ ମଧ୍ୟରୁ ଆମେ ପ୍ରାୟ ୧୦୦ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।

ଶିବସେନା ସାଂସଦ ସଞ୍ଜୟ ରାୱତଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଶିବସେନାର ୟୁପି ୱିଙ୍ଗ ଗୋଟିଏ ଦିନ ପୂର୍ବରୁ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲା। ଶିବସେନା ରାଜ୍ୟ କାର୍ଯ୍ୟାଳୟ ଦ୍ୱାରା ଜାରି ବିବୃତିରେ କୁହାଯାଇଥିଲା ଯେ ଦଳ ସମସ୍ତ ୪୦୩ଟି ଆସନରେ ପ୍ରାର୍ଥୀ ଦେବ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଶିବସେନା କେତେ ଆସନରେ ନିର୍ଵାଚଳ ଲଢ଼ିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe