'ଚୋରମଣ୍ଡଳି' କହି ଅଡ଼ୁଆରେ ସଂଜୟ ରାଉତ, ସ୍ବାଧିକାର ଭଙ୍ଗ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ

Advertisment
'ଚୋରମଣ୍ଡଳି' କହି ଅଡ଼ୁଆରେ ସଂଜୟ ରାଉତ, ସ୍ବାଧିକାର ଭଙ୍ଗ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ

Image Courtesy: News Live

ନୂଆଦିଲ୍ଲୀ: ୨୦୧୯ର ଏକ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପରେ ରାଜନୈତିକ ମହଲରେ ଚହଳ ପଡ଼ିଯାଇଛି । ଏହା ମଧ୍ୟରେ ଆଉ ଜଣେ ରାଜନେତାଙ୍କୁ ନେଇ ବଡ଼ ଖବର ଆସୁଛି । ସେ ହେଉଛନ୍ତି ସଂଜୟ ରାଉତ ।

ଏକ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ମାମଲାରେ ସଞ୍ଜୟ ରାଉତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇପାରେ । ସଞ୍ଜୟ ରାଉତଙ୍କ ବିରୋଧରେ ସ୍ବାଧିକାର ଉଲ୍ଲଂଘନ ପ୍ରସ୍ତାବ ରାଜ୍ୟସଭାକୁ ପଠାଯାଉଛି । ଶନିବାର ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ନୀଲମ ଗୋରେ ଅଧିକାର ଭଙ୍ଗ ନୋଟିସ ଉପରେ ସଞ୍ଜୟ ରାଉତଙ୍କ ଜବାବକୁ ଅସନ୍ତୋଷଜନକ ବୋଲି କହିଛନ୍ତି । ଏହାକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଜଗଦୀପ ଧନଖରଙ୍କ ନିକଟକୁ ପଠାଯାଇଛି ।

ମହାରାଷ୍ଟ୍ର ବିଧାନ ମଣ୍ଡଳକୁ ଚୋର ମଣ୍ଡଳ କହିବା ଅଭିଯୋଗରେ ସଞ୍ଜୟ ରାଉତଙ୍କ ବିରୋଧରେ ଗତ ମାସରେ ସ୍ବାଧିକାର ଭଙ୍ଗ ନୋଟିସ୍ ଜାରି ହୋଇଥିଲା । ବୟାନ ପରେ ସଞ୍ଜୟ ରାଉତ ତାଙ୍କ ସ୍ପଷ୍ଟୀକରଣରେ କହିଥିଲେ ଯେ ସେ କେବଳ ସିନ୍ଦେ ଗୋଷ୍ଠୀ ପାଇଁ ଏଭଳି ମନ୍ତବ୍ୟ ଦେଇଥିଲେ । କିନ୍ତୁ ମହାରାଷ୍ଟ୍ର ବିଧାମଣ୍ଡଳର ବିଧିକମିଟି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସ୍ବାଧିକାର ଉଲ୍ଲଂଘନ ପ୍ରସ୍ତାବରେ ଦୋଷୀ ସାବ୍ୟସ୍ତ କରିଛି ।

ମହାରାଷ୍ଟ୍ର ବିଧାନସଭାବାଚସ୍ପତି ରାହୁଲ ନାର୍ଭେକର ବିଧାନସଭାରେ କହିଛନ୍ତି ଯେ ସ୍ବାଧିକାର ନୋଟିସ୍ ଉପରେ ରାଉତଙ୍କ ସ୍ପଷ୍ଟୀକରଣ ସନ୍ତୋଷଜନକ ନୁହେଁ। ମୁଁ ଭାବୁଛି ତାଙ୍କ ବୟାନ ଅଧିକାରର ଉଲ୍ଲଂଘନ କରିଛି, କିନ୍ତୁ ରାଉତ ରାଜ୍ୟସଭା ସଦସ୍ୟ ହୋଇଥିବାରୁ ନିୟମ ଅନୁଯାୟୀ ଏହାକୁ ରାଜ୍ୟସଭା ସଚିବାଳୟକୁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe