ଅମିତ ଶାହଙ୍କୁ ପ୍ରଶଂସା କରିଲେ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ, କହିଲେ ଶକ୍ତିଶାଳୀ ଗୃହମନ୍ତ୍ରୀ ଚାହିଁଲେ କର୍ଣ୍ଣାଟକ-ମହାରାଷ୍ଟ୍ର ସୀମାବିବାଦର ସମାଧାନ ସମ୍ଭବ

Advertisment
ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ଶିବସେନାରେ କେଁ! ଉଦ୍ଧବଙ୍କ ଘୋଷଣାକୁ ପ୍ରତ୍ୟାଖାନ କଲେ ସଞ୍ଜୟ ରାୱତ୍

image source-news18.com

ମୁମ୍ବାଇ: ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ -କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଥିବା ଦେଶର ଶକ୍ତିଶାଳୀ ଗୃହମନ୍ତ୍ରୀ ଅମିତ ଶାହ ଚାହିଁଲେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାରେ ଥିବା ଜମିକୁ ନେଇ ବିବାଦର ସମାଧାନ ହୋଇପାରିବ।

publive-image Image Source: Zee News

କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମା ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। କର୍ଣ୍ଣାଟକର ବେଲଗାଭି ମହାରାଷ୍ଟ୍ରର ବୋଲି ଉଦ୍ଧବ ଠାକରେ ଦାବି କରିଛନ୍ତି। ଏହି ଜିଲ୍ଲାରେ ମରାଠୀ ଭାଷାଭାଷୀଙ୍କ ସଂଖ୍ୟା ଅଧିକ ହୋଇଥିବା ହେତୁ ଏହା ମହାରାଷ୍ଟ୍ରରେ ମଶିବା ଦରକାର ବୋଲି ଠାକରେ କହିଛନ୍ତି। ବେଲଗାଭି ଏବେ କର୍ଣ୍ଣାଟକରେ ଅଛି । ମହାରାଷ୍ଟ୍ର ସରକାରଙ୍କର ଏହି ନୂତନ ଦାବି ଉଠିବା ପରେ ବେଲଗାଭିରୁ ମହାରାଷ୍ଟ୍ରର କୋହ୍ଲାପୁରକୁ ଚଳାଚଳ କରୁଥିବା ବସକୁ ବନ୍ଦ କରି ଦିଆଯାଇଥିଲା ।
ଏହାକୁ ନେଇ କିଛି ଦିନ ତଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରାପ୍ପା ମୁହଁ ଖୋଲିଥିଲେ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସ୍ପଷ୍ଟଭାବେ କହିଥିଲେ ଯେ, ତାଙ୍କ ସରକାର ଗୋଟିଏ ଇଞ୍ଚ ଜମି ମହାରାଷ୍ଟ୍ରକୁ ଛାଡ଼ିବେ ନାହିଁ ।

publive-image image source- india.com

ୟେଦ୍ୟୁରାପ୍ପା କହିଥିଲେ କି, ମହାଜନ ରିପୋର୍ଟରେ ହିଁ ନିର୍ଦ୍ଧାରିତ ହୋଇଯାଇଥିଲା ଯେ, ମହାରାଷ୍ଟ୍ର ପାଖରେ କ’ଣ ରହିବ ଏବଂ କର୍ଣ୍ଣାଟକ ପାଖରେ କ’ଣ ରହିବ । ସେ କର୍ଣ୍ଣାଟକର ଜନତାଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ଲାଗି ନିବେଦନ କରିଥିଲେ।

ସେ କହିଥିଲେ ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜନୈତିକ ଫାଇଦା ଉଠାଇବା ଲାଗି କର୍ଣ୍ଣାଟକର ବେଲଗାଭି ସୀମା ପ୍ରସଙ୍ଗକୁ ଉଠାଇଛନ୍ତି। ଉଦ୍ଧବ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଉଦ୍ଧବ ଠାକରେ ମରାଠୀ ଓ କନ୍ନଡ ଭାଷାଭାଷୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବି କହିଥିଲେ ବିଏସ ୟେଦ୍ୟୁରାପ୍ପା । ଏହାକୁ ସେ ତୀବ୍ର ନିନ୍ଦା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe