ସଞ୍ଜୟ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ସହଜରେ ପ୍ରମାଣ ନଷ୍ଟ କରିପାରନ୍ତି: ଇଡି

ସଞ୍ଜୟ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ସହଜରେ ପ୍ରମାଣ ନଷ୍ଟ କରିପାରନ୍ତି: ଇଡି

indiatoday

ମୁମ୍ବାଇ: ଆଜି ମୁମ୍ବାଇର ଏକ ଅଦାଲତ ପତ୍ରା ଚଲ୍‌ ମାମଲାରେ ସମ୍ପୃକ୍ତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଶିବସେନା ନେତା ସଞ୍ଜୟ ରାଉତ ସମ୍ପୃକ୍ତ ଥିବା ମନି ଲଣ୍ଡରିଙ୍ଗ୍‌ ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି ହେଉଥିବା ଲକ୍ଷ୍ୟ କରି ଗତ ଗୁରୁବାର ଦିନ ଅଦାଲତ ରାଉତଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତ ରହଣିକୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଅଧିକ ଆର୍ଥିକ ଦୁର୍ନୀତିର ସନ୍ଧାନ ପାଇଥିବା କହି ସେତେବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ରାଉତଙ୍କ ହାଜତ ରହଣିକୁ ଆଉ ୮ ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲା।

ସୋମବାର ଦିନ ଇଡି ସଞ୍ଜୟ ରାଉତଙ୍କୁ ହେପାଜତକୁ ନେବା ପାଇଁ ଅନୁମତି ନମାଗି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଦାବି କରିଥିଲା। ଇଡି ପକ୍ଷରୁ କୁହାଯାଇଥିଲା ଯେ, ସଞ୍ଜୟ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ସେ ସାକ୍ଷୀମାନଙ୍କୁ ଧମକ ଦେଉଥିବା ନେଇ ଅଭିଯୋଗ ଆସିଛି। ସେ ବାହାରେ ରହିଲେ ତାଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ ହୋଇପାରେ ବୋଲି ଆଶଙ୍କା କରି ଇଡି ସଞ୍ଜୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ କହିଥିଲେ। ଏହା ପରେ ଅଦାଲତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

ଉଲ୍ଲେଖଯୋଗ୍ୟ, ଜର୍ଜଗାଓଁ  ଉପନଗରୀରେ ଥିବା ପତ୍ରା ଚଲ୍‌ର ପୁନର୍ବିକାଶରେ ଆର୍ଥିକ ଅନିୟମିତାରେ ସମ୍ପୃକ୍ତି ଥିବା ଦର୍ଶାଇ ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟ କହିଥିଲା, ତଦନ୍ତ ସମୟରେ ଜବତ ହୋଇଥିବା ଦଲିଲରୁ ଜଣାପଡ଼ିଛି ଯେ, ପାଖ ଜିଲ୍ଲା ରାୟଗଡ଼ ଅନ୍ତର୍ଗତ ଆଲିବାଗ୍‌ରେ ଖରିଦ କରାଯାଇଥିବା ସମ୍ପତ୍ତିରେ ହୋଇଥିବା ମୋଟା ଅଙ୍କର ଆର୍ଥିକ କାରବାରରେ ରାଉତ ସଂଶ୍ଳିଷ୍ଟ ଥିଲେ। ଏହା ବ୍ୟତିରେକେ, ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ଆକାଉଣ୍ଟ୍‌ରେ ୧.୦୮ କୋଟି ଟଙ୍କା ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe