ଜେରା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ

Advertisment
ଜେରା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ

Image Courtesy of The Hindu

ମୁମ୍ବାଇ: ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମନ ପାଇଥିବା ‘ଶିବସେନା’ ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି। ବର୍ଷା ଓ ସଞ୍ଜୟଙ୍କ ଝିଅ ଏବଂ ସଞ୍ଜୟଙ୍କ ଭାଇ ସାନିଲ୍‌ ରାଉତ ମଧ୍ୟ ତାଙ୍କ ସହିତ ସେଠାକୁ ଯାଇଛନ୍ତି।

ଦୁଇ ଦିନ ତଳେ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ସଞ୍ଜୟ ରାଉତଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତ ରହଣି ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର କିଛି ସମୟ ପରେ ‘ହାଉସିଙ୍ଗ୍‌ ପ୍ରୋଜେକ୍ଟ୍‌’ ଦୁର୍ନିତିରେ ହୋଇଥିବା ‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ବର୍ଷା ରାଉତଙ୍କ ନିକଟକୁ ସମନ୍‌ ପଠାଇଥିଲା।

publive-image Image Courtesy of NDTV

କିନ୍ତୁ, କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସି ଏ ପର୍ଯ୍ୟନ୍ତ ବର୍ଷା ରାଉତଙ୍କୁ ଜେରା କରିନାହିଁ।

ମୁମ୍ବାଇର ଜର୍ଜଗାଓଁ ଅନ୍ତର୍ଗତ ପତ୍ରା ଚଅଲ୍‌ ପୁନଃବିକାଶ ପ୍ରକଳ୍ପରେ ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ୪ ମାସ ତଳେ ପ୍ରବର୍ତ୍ତନ ନିର୍ଦେଶାଳୟ ବର୍ଷା ରାଉତ ଏବଂ ସଞ୍ଜୟ ରାଉତଙ୍କ ଦୁଇଜଣ ସହଯୋଗୀଙ୍କର ୧୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ‘ଆଟାଚ୍‌’ କରିଥିଲା।

‘ଆଟାଚ୍‌’ ହୋଇଥିବା ସମ୍ପତ୍ତିରେ ବର୍ଷା ରାଉତଙ୍କ ମାଲିକାନାରେ ଦାଦର୍‌ରେ ଥିବା ଗୋଟିଏ ଫ୍ଲାଟ୍‌ ବ୍ୟତୀତ ଆଲିବାଗ୍‌ରେ ୮ଟି ପ୍ଲଟ୍‌ ରହିଛି। ଏହି ୮ଟି ପ୍ଲଟ୍‌ ଯୁଗ୍ମ ଭାବେ ବର୍ଷା ରାଉତ ଏବଂ ସ୍ବପ୍ନା ବାଟକର୍‌ଙ୍କ ମାଲିକାନାରେ ଅଛି। ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକର୍‌ଙ୍କ ପତ୍ନୀ ସ୍ବପ୍ନା ଏବେ ଏହି ମାମଲାର ଜଣେ ସାକ୍ଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe