ମୁଁ ସେମିନାର ହଲରେ ପହଞ୍ଚିବା ପୂର୍ବରୁ ଡାକ୍ତର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ

Advertisment

ମୁଁ ପହଞ୍ଚିବା ପୂର୍ବରୁ ସେମିନାର ହଲରେ ମହିଳା ଡାକ୍ତର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଭୟରେ ଚାଲି ଆସିଥିଲି। ମୋ କଥାକୁ କେହି ବିଶ୍ବାସ କରିବେ ନାହିଁ ଜାଣି କାହକୁ ଜଣାଇ ନଥିଲି: ସଞ୍ଜୟ ରଏ

ମୁଁ ପହଞ୍ଚିବା ପୂର୍ବରୁ ସେମିନାର ହଲରେ ମହିଳା ଡାକ୍ତର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଭୟରେ ଚାଲି ଆସିଥିଲି। ମୋ କଥାକୁ କେହି ବିଶ୍ବାସ କରିବେ ନାହିଁ ଜାଣି କାହକୁ ଜଣାଇ ନଥିଲି: ସଞ୍ଜୟ ରଏ

767

କୋଲକାତା: କୋଲକାତାରେ  ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ  ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ହାତରେ ଏବେ ମାମଲା ସଂକ୍ରାନ୍ତ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଜଣାପଡ଼ିଛି।  ଇତିମଧ୍ୟରେ ମୁଖ୍ୟ ଅଭିଯୁକ୍ତ  ସମେତ ଅନ୍ୟ ୬ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି।   

ସିବିଆଇ ହାତରେ ଏବେ ମୋଟ୍‌ ୫୩ଟି ପ୍ରମାଣ ରହିଥିବା ବେଳେ ଅପରାଧ ସାବ୍ୟସ୍ତ କରିବା ପାଇଁ ୯ଟି ବଳିଷ୍ଠ ପ୍ରମାଣ ମଧ୍ୟ ରହିଛି ।  ଏହି ସବୁ ପ୍ରମାଣ ଭିତରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଘଟଣା ଦିନ ପିନ୍ଧିଥିବା ପୋଷାକ, ଅନ୍ତଃବସ୍ତ୍ର  ଏବଂ ଜୋତା ଆଦି  ସାମଗ୍ରୀ ରହିଛି। 

ଏହି କ୍ରମରେ ସଞ୍ଜୟ ରାଏ ନିଜ ଓକିଲ କବିତା ସରକାରଙ୍କୁ କହିଛନ୍ତି, ‘ମୋର କିଛି ଭୁଲ ନାହଁ। ମୋ ଉପରେ ମିଥ୍ୟା ଅଭିଯୋଗ ଲଗାଇ ଫସାଯାଉଛି। ମୁଁ ମହିଳା ଡାକ୍ତରଙ୍କୁ ହତ୍ୟା କରି ନାହିଁ। ହଁ ଏହା ସତ ‌ଯେ ମୁଁ ସେମିନାର ହଲକୁ ଯାଇଥିଲି। ସେଠାରେ ପହଞ୍ଚିବା ବେଳକୁ ମହିଳା ଡାକ୍ତର ଅଚେତ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ଶରୀରରୁ ଅଜସ୍ର ରକ୍ତ ବୋହି ଚାଲିଥିଲା। ମୁଁ ସେ ଦୃଶ୍ୟ ଦେଖି ଭୟରେ ଘଟଣାସ୍ଥଳରୁ ଚାଲି ଆସିଥିଲି। 

ଆଉ ଜାଣି ଶୁଣି ଏହି ଘଟଣା ବିଷୟରେ କାହାକୁ କିଛି ଜଣାଇ ନଥିଲି। କାରଣ ମୁଁ ଜାଣିଥିଲି ଯଦି ଏହି ବିଷୟରେ ପୁଲିସକୁ କୁହେ ପୁଲିସ ମୋ କଥାରେ ବିଶ୍ବାସ କରିବ ନାହିଁ ଓଲଟି ମୋତେ ବାନ୍ଧି ନେବ। ତେଣୁ ସବୁ ଜାଣି ମୁଁ ଚୁପ ରହିଥିଲି।’

ସୂଚନା ଅନୁଯାୟୀ, ଅଗଷ୍ଟ ୯ ତାରିଖରେ ଘଟଣା ସମୟରେ ସଞ୍ଜୟ ରାୟ ଆର୍‌ଜି କର ହସ୍ପିଟାଲର ସେମିନାର ହଲରେ ଉପସ୍ଥିତ ଥିବା ନେଇ ଅନେକ ପ୍ରମାଣ ଉପଲବ୍ଧ ହୋଇଛି। ସଞ୍ଜୟ ରାୟର ବାଇକ୍ ଓ ହେଲମେଟ୍‌କୁ  ମଧ୍ୟ ପ୍ରମାଣ ଭାବେ ରଖାଯାଇଛି। 

ଅଗଷ୍ଟ ୯ ତାରିଖରେ ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲାବୋରେଟୋରି ରାତି ସାଢ଼େ ୮ଟାରୁ ରାତି ୧୦ଟା ୪୫ ମଧ୍ୟରେ ଘଟଣାସ୍ଥଳରୁ ମୋଟ ୪୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲା। ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା।

ଅଧିକପଢ଼ନ୍ତୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଘଟିଛି ଶହେଟି ହତ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe