ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆପ୍ ନେତା ସଂଜୟ ସିଂଙ୍କୁ ଆଶ୍ବସ୍ତି, ନିଜେ ଯାଇ ମନୋନୟନ ପତ୍ର ଦାଖଲ କରିପାରିବେ

Advertisment
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆପ୍ ନେତା ସଂଜୟ ସିଂଙ୍କୁ ଆଶ୍ବସ୍ତି, ନିଜେ ଯାଇ ମନୋନୟନ ପତ୍ର ଦାଖଲ କରିପାରିବେ

ନୂଆଦିଲ୍ଲୀ: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବ୍ୟକ୍ତିଗତ ଭାବେ ଯାଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଦିଲ୍ଲୀର ଏକ ଅଦାଲତ ସଞ୍ଜୟ ସିଂହଙ୍କୁ ଅନୁମତି ଦେଇଛନ୍ତି।

ଆମ୍ ଆଦମୀ ପାର୍ଟି ଶୁକ୍ରବାର (ଜାନୁଆରୀ ୫) ସଞ୍ଜୟ ସିଂହ ଏନଡି ଗୁପ୍ତାଙ୍କୁ ରାଜ୍ୟସଭାରେ ଦ୍ୱିତୀୟ ଥର ପାଇଁ ମନୋନୀତ କରିଛି। ଏହାବ୍ୟତୀତ ଦଳ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇଛି।

ଆମ୍ ଆଦମୀ ପାର୍ଟିର ରାଜନୈତିକ ବ୍ୟାପାର କମିଟି କହିଛି ଯେ କମିଟି ଦୁଇ ଜଣ ସିଟିଂ ସଦସ୍ୟଙ୍କୁ ପୁନଃ ମନୋନୀତ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସୁଶୀଲ କୁମାର ଗୁପ୍ତା ହରିୟାଣାର ନିର୍ବାଚନ ରାଜନୀତି ଉପରେ ଧ୍ୟାନ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୁଶୀଲ କୁମାର ଗୁପ୍ତାଙ୍କ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟକାଳ ଚଳିତ ମାସ ଶେଷରେ ଶେଷ ହେଉଛି।

ଏହା ପୂର୍ବରୁ କୋର୍ଟ ସଞ୍ଜୟ ସିଂହଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ପୁନଃ ନାମାଙ୍କନ ପାଇଁ ଉଦ୍ଦିଷ୍ଟ କାଗଜପତ୍ରରେ ଦସ୍ତଖତ କରିବାକୁ ଅନୁମତି ଦେଇଥିଲେ। ସଞ୍ଜୟ ସିଂଙ୍କ ଆବେଦନର ଶୁଣାଣି କରି ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲ ଏହି ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe